jittmm
sonalika

ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ମିଳିଲା ୧୭ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେଠାରେ ୩୫ତମ ସବ୍‌ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ସର୍ବମୋଟ ୪୨୧ ଜଣ କରାଟେକା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ୨୮ ଓ ୨୯ ଅକ୍ଟୋବର ଦୁଇ ଦିନ ଧରି ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଆନନ୍ଦିତା ସାହୁ ୬ ବର୍ଷ ବାଳିକା କାତାରେ ବ୍ରୋଞ୍ଜ, ଦୀପିକା ଭୋଇ ୮ ବର୍ଷ ବାଳିକା କୁମିତିରେ ବ୍ରୋଞ୍ଜ, ହର୍ଷିତା ସିଂ ୯ ବର୍ଷ ବାଳିକା କୁମିତିରେ ରୌପ୍ୟ, କାତାରେ ବ୍ରୋଞ୍ଜ, ସୁପ୍ରିୟା ସାହୁ ୧୦ ବର୍ଷ ବାଳିକା କୁମିତିରେ ସ୍ୱର୍ଣ୍ଣ, ସମିକ୍ଷା ସମୃଦ୍ଧି ଷଡଙ୍ଗୀ ୧୧ ବର୍ଷ ବାଳିକା କୁମିତିରେ ସ୍ୱର୍ଣ୍ଣ, ତନିସା ସାହୁ କୁମିତିରେ ରୌପ୍ୟ, କାତାରେ ବ୍ରୋଞ୍ଜ, ଲୋକେଶ ବାଗ କୁମିତିରେ ବ୍ରୋଞ୍ଜ, ପ୍ରିୟଦର୍ଶନୀ ଦୀପ ୧୨ ବର୍ଷ ବାଳିକା କୁମିତିରେ ବ୍ରୋଞ୍ଜ, ଅଂଶୁମାନ ପୃଷ୍ଟି କୁମିତିରେ ବ୍ରୋଞ୍ଜ, ଜୟମ ସାହୁ କୁମିତିରେ ସ୍ୱର୍ଣ୍ଣ, ତମନ୍ନା ମେହେର ୧୩ ବର୍ଷ ବାଳିକା କୁମିତିରେ ସ୍ୱର୍ଣ୍ଣ, କାତାରେ ରୌପ୍ୟ ପଦକ, ତନ୍ନମୟ ବଗର୍ତ୍ତି କୁମିତିରେ ବ୍ରୋଞ୍ଜ, ଜିଆନ ରାଇମନ ବ୍ରୋଞ୍ଜ । ୧୧-୧୩ ବର୍ଷ ବାଳିକା ଟିମ୍‌ କାତାରେ ଅନୁଷ୍କା ପଟ୍ଟନାୟକ, ଅଭିପଶା ହୋତା, ତମନ୍ନ ମେହେର ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବଲାଙ୍ଗିରରୁ ୪ ଜଣ ସୁରେଶ ଜାଲ, ହୃଦୟ ଶବର, ଚନ୍ଦ୍ରଶେଖର ସେଠ ଓ ବ୍ୟାମୋକେଶ ବେହେରା ରେଫରି ଓ ଜଜ୍‌ର କାର୍ଯ୍ୟ ତୁଳାଇଥିଲେ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଭାପତି ଦେବବ୍ରତ ବେହେରା, ଉପଦେଷ୍ଟା ମାନୁଏଲ୍‌ ନାଗ, ସହ-ସଂପାଦକ ସରୋଜକାନ୍ତ ବେହେରା, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦୀପ ଅଭିନନ୍ଦନ ଜଣାଇଛନ୍ତି । ଜିଲ୍ଲା ଦଳ ସହିତ କୋଚ ରାହୁଲ ଜାଲ, ଟିମ୍‌ ମେନେଜର ରାଜେନ୍ଦ୍ର ବାଗ ଓ ଅସିମ ଭୋଇ ଭୁବନେଶ୍ୱର ଗସ୍ତ କରିଥିଲେ । ସ୍ୱର୍ଣ୍ଣ ପଦକ ବିଜେତା ୪ ଜଣ ପ୍ରତିଯୋଗୀ ଆସନ୍ତା ମାସ ନଭେମ୍ବର ୧୮ ଓ ୧୯ ତାରିଖ ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଂପାଦକ ହୃଦୟ ଶବର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.