
ରାଉରକେଲା, (ସସ୍ମିତା ପ୍ରଧାନ) : ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ୍ ୨୦୨୩ରେ ରାଉରକେଲାର ଓଡିଶା ସିତୋରିଓ କରାଟେ ଆସୋସିଏସନ୍ର ରକି ଖାଡିଆ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ଦୁଇଟି ରୌପ୍ୟ ପଦକ ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି । ଶ୍ରୀ ଖାଡିଆ ଉଭୟ କାତା ଓ କୁମୁକେରେ ଏହି ପଦକ ଦ୍ୱୟ ହାସଲ କରିଥିଲେ । ଗତ ୧୪ରୁ ୧୬ ତାରିଖରେ ହୋଇଥିବା ଏହି ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ୍ରେ ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂ ଓ ଶିବ ନାଥ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଚମ୍ପିୟାନ୍ସିପ୍ରେ ମୁଖ୍ୟଅତିଥି ଭାବେ ନେପାଳ କରାଟେ ଫେଡେରେସନର ସାଧାରଣ ସଂପାଦକ ଧାୱା ଗୁରୁଙ୍ଗ, ନେପାଳ ଅଲମ୍ପିକ୍ କମିଟିର ସାଧାରଣ ସଂପାଦକ ନୀଳେନ୍ଦ୍ର ରାଜ ଶ୍ରେଷ୍ଠ, କରାଟେ ଫେଡେରେସନର ମୁଖ୍ୟକୋଚ ତୁଳସୀ କୁମାର ମହାର୍ଜନ, ଏମ୍ସ ଇଣ୍ଟରନ୍ୟାସନାଲ ଏକାଡ଼େମୀ ଦିଜୋର ମୁଖ୍ୟ କୋଚ ସଚିନ ଚାୱଲାଗେନ, କାର୍ଯ୍ୟକ୍ରମର ସହ ସଂଯୋଜକ ଜ୍ୟୋତି ଗିରି, ପ୍ରୋଗ୍ରାମ ମ୍ୟାନେଜର ଭାବେ ଲକ୍ଷ୍ମଣ ଥାପା ପ୍ରମୁଖ ଉପସ୍ଥିତ ରହି କରାଟେ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ଖାଡିଆ ଏହି ସଫଳତାରେ ନିଜର କୋଚ ଧର୍ମେନ୍ଦ୍ର ଓ ଶିବ ତଥା ରାଉରକେଲା ଜନସାଧାରଣଙ୍କୁ ଦେଇଛନ୍ତି । ଏଥିପାଇଁ ଶ୍ରୀ ଖାଡିଆଙ୍କୁ ବିଭିନ୍ନ ସ୍ତରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
