lika

ଓଡିଶାର ସ୍ୱାର୍ଥ ସ୍ୱାଭିମାନ ପାଇଁ ପାଇକମାଲରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲରେ ବିଧାୟିକା ବର୍ଷା ସିଂ ବରିହାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଜନତା ଦଳର ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ହାଇସ୍କୁଲ ପଡିଆ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ପାଇକମାଲ ଅଞ୍ଚଳ ଏ ବିଭିନ୍ନ ଗ୍ରାମରୁ ୨ ହଜାରରୁ ଅଧିକ ମହିଳା ଓ ପୁରୁଷ ବିଜେଡି କର୍ମୀ ଯୋଗଦାନ କରି ସାଲେପାଲି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ସମ୍ମୁଖ ପଡିଆକୁ ଆସିଥିଲେ । ଏହି ପଦଯାତ୍ରା ସମୟରେ କର୍ମୀମାନେ ଫ୍ଲାଗ କାର୍ଡ ଧରି ବିଜେପି ସରକାର ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ପଦଯାତ୍ରା ପରେ ସାଲେପାଲି ଠାରେ ଆୟୋଜିତ ସଭାରେ ଦଳୀୟ ନେତୃମଣ୍ଡଳୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେମାନେ ଗତ ସାଧାରଣ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଯଥା ୩୦୦୦ ଟଙ୍କା ଭତ୍ତା, ୩୦୦ୟୁନିଟ୍‌ ବିଜୁଳି ଛାଡ଼, ସୁଭଦ୍ରା ଯୋଜନାରେ ୨ ବର୍ଷ ମଧ୍ୟରେ ୨ଟି କିସ୍ତିରେ ୫୦ ହଜାର ପ୍ରଦାନ ଓ ଅନ୍ୟାନ୍ୟ ପ୍ରତିଶୃତି ତୁରନ୍ତ ପୁରଣ ପାଇଁ ଚେତାବନୀ ଦେଇଥିଲେ । ଏହି ସଭାରେ ଡୋଲାମଣୀ ମାହାର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ରାଜୁ ଘିବେଲା, ଜାପାନ ମହାପାତ୍ର, ନବକିଶୋର ସାହୁ, ପଦ୍ମପୁର ଏନ୍‌ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଳ ବ୍ଲକ ଉପାଧ୍ୟକ୍ଷ ସଂଜିବ ବରିହା, ବିଜୟ କୁମାର ସ୍ୱାଇଁ, ଗୌତମ ସିଂ, ରାମ ନାୟକ, ହୃଦାନନ୍ଦ ବାରିକ, ଟାଇଲ ଭୋଇ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କ ବିରୋଧରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ବିଧାୟିକା ଶ୍ରୀମତୀ ବରିହା ତାଙ୍କ ଅଭିଭାଷଣରେ ବିଜେପିର ଡବଲ ଇଂଜିନ ସରକାର ୪ ମାସ ନପୁରୁଣୁ ସବୁ ପ୍ରତିଶୃତି ପାଳନ ନକରିଥିବା ବେଳେ ଦରଦାମ ନିୟନ୍ତ୍ରଣ କରିପାରୁ ନାହିଁ ବୋଲି କିହିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଯବାବ ଦେବେ । ଶେଷରେ ଡୋଲାମଣୀ ମାହାର ଧନ୍ୟବାଦ ଦେଇଥିଲେ ।

babaa
Leave A Reply

Your email address will not be published.