centurian jitm

ଗାନ୍ଧୀ ପୀଠରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ବିଜେଡି ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ବାର୍ତା ରୂପେ ପହଂଚିବା ପାଇଁ ବିଜେଡି ପକ୍ଷରୁ ପଦଯାତ୍ରା ଆରମ୍ଭ କରାଯାଇଛି । ଏହି ପଦଯାତ୍ରା ଆକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ । ଏହି ଅବସରରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଡେଲାଙ୍ଗ ବ୍ଲକର ବେରବୋଇ ପଂଚାୟତର ଗାନ୍ଧୀ ପୀଠରୁ ଆରମ୍ଭ କରାଯାଇଛି । ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ନେତୃତ୍ୱରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପ୍ରଥମେ ପୁଷ୍ପମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯିବା ପରେ ପଦଯାତ୍ରା ହାଟ ଡେଲାଙ୍ଗ ବଜାର ଛକ ପର୍ଯ୍ୟନ୍ତ ଯାଇଥିଲା । ବିଧାୟକ ଶ୍ରୀ ମହାରଥିଙ୍କ ସମେତ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲି ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ଦୃର୍ବାଶା ନିସଙ୍କ, ଜିଲ୍ଲା ପରିଷଦ ପ୍ରସନ୍ନ ସାହୁ, ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ରାଜ୍ୟ ବିଜେଡି ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ବିଶ୍ୱଜିତ ଦାଶ, ଅମରଜ୍ୟୋତି ପଟ୍ଟନାୟକ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ମଳୟ କୁମାର ମହାନ୍ତି, ସମ୍ପାଦକ ବିଜୟ କୁମାର ରାଉତରାୟ, ସତ୍ୟଜିତ ରାୟଚୌଧୁରୀ, ଡେଲାଙ୍ଗ ବ୍ଲକ ଯୁବ ବିଜେଡି ସଭାପତି ସୌମ୍ୟ ରଞ୍ଜନ ରାଉତ, ପିପିଲି ବ୍ଲକ ଯୁବ ବିଜେଡି ସଭାପତି ରଶ୍ମିରଞ୍ଜନ ବିଶ୍ୱାଳ, ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ, ସୌମ୍ୟରଞ୍ଜନ ମହାପାତ୍ର, ପିକୁ ପ୍ରଧାନ, ଜ୍ୟୋତି ରଞ୍ଜନ ପୁଷ୍ଟି, ଦେବରାଜ ସ୍ୱାଇଁ, ଗୋପାଳ ଚନ୍ଦ୍ର ସ୍ୱାଇଁ, ଅଭିମନ୍ୟୁ ରାଉତ, ଦୀପକ ସାହୁ ପ୍ରମୁଖ ସହିତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ହାଟ ଡେଲାଙ୍ଗ ବଜାର ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ବିଧାୟକ ଓ ସମର୍ଥକମାନେ ପହଂଚି ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ବିକାଶ ଯୋଜନା ଗୁଡିକ ଘରେ ଘରେ ଏହି ବାର୍ତା ପହଂଚିବ ସେ ସମ୍ପର୍କରେ ବିଧାୟକ ଶ୍ରୀ ମହାରଥି ଆଲୋକପାତ କରିଥିଲେ ।

Leave A Reply

Your email address will not be published.