ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପଭୁଙ୍କ ପ୍ରସିଦ୍ଧ ପହିଲି ଭୋଗ ନୀତିର ଶୁଭାରମ୍ଭ ହୋଇଛି । ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏହି ନୀତି ଚାଲିବ । ଏଣୁ ଶୁକ୍ରବାର ମହାସୁଆରମାନେ କୋଠଭୋଗ ରୋଷଘରେ ନୂଆ ଚୂଲି ତିଆରି କରିଛନ୍ତି । ସେହି ସ୍ୱତନ୍ତ୍ର ଚୂଲିରେ ପ୍ରସ୍ତୁତ ହେବ ଠାକୁରଙ୍କ ପହିଲି ଭୋଗ । ବିରି, ଗହମ ଓ ଗୁଆଘିଅରେ ପିଠାମାନ ତିଆରି ହେବ । ପହିଲି ଭୋଗ ସହ ଗୋପାଳବଲ୍ଲଭ ଲାଗି ହେବ । ପଞ୍ଚୋପଚାରରେ ଠାକୁରଙ୍କୁ ପୂଜା ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଅତିଥିଙ୍କ ତାଲିକା ପ୍ରସ୍ତୁତ, ନିମନ୍ତ୍ରଣ କରିବାକୁ ଯିବେ ସେବାୟତ ପ୍ରତିନିଧି
Next Post