ଓୟୁଏଟି କ୍ୟାମ୍ପସ ପରିସରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଆଜି ସକାଳୁ ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱ ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ମୃତଦେହ ଓୟୁଏଟି କ୍ୟାମ୍ପସର ଏକ ଘରୁ ଉଦ୍ଧାର କରାଯାଇଥିବା ବେଳେ ମୃତ ମହିଳା ପ୍ରଫେସର ଜଣକ ବାସନ୍ତୀ ଜେନା ବୋଲି ଜଣାପଡିଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.