ୟୁଜି ଓ ପିଜି ପରୀକ୍ଷା ହେବ ଅନ୍‌ଲାଇନ୍‌ରେ : ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ୟୁଜି ଓ ପିଜିର ଚଳିତ ବର୍ଷ ଅନ୍‌ଲାଇନ୍ ଯୋଗେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଛି । ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡରେ ୟୁଜି/ପିଜି ପରୀକ୍ଷା ହେବ । ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡରେ କରାଯିବ ପରୀକ୍ଷା । ବିଶ୍ୱବିଦ୍ୟାଳୟ ଓ ଅଟୋନୋମସ କଲେଜ ପରୀକ୍ଷା ତାରିଖ ସ୍ଥିର କରିବେ । ଘରେ ସୁବିଧା ନଥିଲେ ନିକଟସ୍ଥ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ । ଅଗଷ୍ଟ ଓ ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବ । ଯୁକ୍ତତିନି ପ୍ରଥମ ଓ ଦ୍ୱିତୀୟ ବର୍ଷର ସେମିଷ୍ଟାର, ପିଜିର ପ୍ରଥମ ବର୍ଷର ସେମିଷ୍ଟାର ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଆଜି ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ପରୀକ୍ଷା ସମ୍ପର୍କିତ କୁଳପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଅନଲାଇନ୍‌ରେ ଯୋଗଦେଇ କୁଳପତିମାନେ ସେମାନଙ୍କ ସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସ୍ନାତକ ଓ ସ୍ନାତକୋତର ପରୀକ୍ଷା ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.