ଭାରସାମ୍ୟ ହରାଇ ଓଲଟିଲା ଓଟୋ : ୧ ମୃତ, ୧୧ ଆହତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼-ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ, ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ଶରତ ଥାନା ଅନ୍ତର୍ଗତ ନୋଟ ଗ୍ରାମର ଅହଲ୍ୟା ମହାନ୍ତ(୨୩) ବୋଲି ଜଣାପଡିଛି । ଘଟଣା ପରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବରପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଟୋକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

Leave A Reply

Your email address will not be published.