ହାଇକୋର୍ଟ ବେଂଚ ସ୍ଥାପନକୁ କଟକ ବାର ଆସୋସିଏସନର ବିରୋଧକୁ କଂଟାବାଂଜି ଓକିଲ ସଂଘର ନିନ୍ଦା ପ୍ରସ୍ତାବ : ହାଇକୋର୍ଟକୁ ଜଣାଇଲେ ଓକିଲ ସଂଘ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓକିଲ ସଂଘ ଗୁରୁବାର ଦିନ କଟକ ବାର ଆସୋସିଏସନ ହାଇକୋର୍ଟ ବେଂଚ ସ୍ଥାପନକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରାଜୁ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ଯେ କୌଣସି ସ୍ଥାନରେ ପୃଥକ ପୃଥକ ହାଇକୋର୍ଟର ସ୍ଥାୟୀ ବେଂଚ ନିର୍ମାଣ ପାଇଁ ଲ’ କମିଟିର ସୁପାରିଶ ମୁତାବକ ସ୍ଥାପନ ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଏହି ପ୍ରସ୍ତାବରେ ଓଡିଶା ହାଇକୋର୍ଟର ବାର ଆସୋସିଏସନ ନେଇଥିବା ପ୍ରସ୍ତାବକୁ ନିନ୍ଦା କରି ଦୀର୍ଘ ଦିନର ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାବାସୀଙ୍କ ଦାବୀ ପ୍ରତି ଆଂଚଳିକ ବୈଶମ୍ୟ ରଖୁଥିବାରୁ ନ୍ୟାର୍ଯ୍ୟ ଦାବୀ ପୁରଣ ହୋଇ ପାରୁନାହିଁ ବୋଲି ଓକିଲ ସଂଘ ସଭାପତି ପ୍ରଫୁଲ୍ଲ କୁମାର ନାୟକଙ୍କ ଦ୍ୱାରା ସଂଘର ପ୍ରସ୍ତାବ କ୍ରମେ ଏକ ପତ୍ର ପ୍ରଦାନ କରାଯାଇଛି । ଏହାର ନକଲ ଓଡିଶା ଆଇନ ମନ୍ତ୍ରୀ, ଚ୍ୟାରମେନ ବାର କାଉନସିଲ କଟକ, ବାର ଆସୋସିଏସନ୍‌ କଟକଙ୍କୁ ପ୍ରେରଣ କରିଥିବା ଚିଠି ନଂ. କେବିଏ/୨୨/୨୦୨୨ ତା.୨୬/୫/୨୦୨୨ ଜଣାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.