ଗୁରୁବାରଠୁ ଓଜେଇଇ କାଉନସେଲିଂ, ୧୫ ତାରିଖରେ ଚଏସ୍ ଲକିଂ ଓ ପଞ୍ଜିକରଣ

ଭୁବନେଶ୍ୱର : ଆଜିଠାରୁ ଓଜେଇଇ କାଉନସେଲିଂ ଆରମ୍ଭ ହେବ । ୱେବସାଇଡ୍ କାଉନସେଲିଂ ପ୍ରକ୍ରିୟାରେ ଟେକନିକାଲ୍ ୟୁଜି ପାଠ୍ୟକ୍ରମ ପାଇଁ ନାମଲେଖା ହେବ । ଏଥିରେ ବି-ଟେକ୍, ବି-ଆର୍କ, ବି-ସାଟ୍ ଏବଂ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ପାଠ୍ୟକ୍ରମ ରହିଛି ।

ରାଜ୍ୟର ସବୁ ସରକାରୀ ଏବଂ ବେସରକାରୀ କଲେଜ୍ ଓ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଯିବ । ଏହି ପ୍ରକ୍ରିୟା ଅଗଷ୍ଟ ୧୪ ସୁଦ୍ଧା ଶେଷ କରାଯିବ । ଚଳିତ ବର୍ଷ ରାଜ୍ୟରେ ମୋଟ ୪୮ ହଜାର ୭୮୩ ଜଣ ଓଜେଇଇ ରାଙ୍କ ହାସଲ କରିଛନ୍ତି । ଜୁଲାଇ ୧୨ରେ ମକ୍ ସିଟ୍ ଆଲର୍ଟମେଣ୍ଟ ପ୍ରକାଶିତ ହେବ । ଜୁଲାଇ ୧୪ରେ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ୧୫ ତାରିଖ ଚଏସ୍ ଲକିଂ ଓ ପଞ୍ଜିକରଣର ଶେଷ ଦିନ ।

Leave A Reply

Your email address will not be published.