oom

ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି

jsmm

ଭୁବନେଶ୍ୱର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି, ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ସନ୍ଧ୍ୟା ୭.୨୫ ମି.ରେ ୯୫ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ଆମ୍ରି ହସପିଟାଲ ଠାରେ ପରଲୋକ ହୋଇଯାଇଛି ବୋଲି ତାଙ୍କ ପୁତ୍ର ବିଭୁଦତ ମିଶ୍ରଙ୍କ ଠାରୁ ଖବର ପାଇଲା ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଏକ ଶୋକବାର୍ତାରେ କହିଛନ୍ତି ଯେ, ସ୍ୱର୍ଗତ ମିଶ୍ର ଜଣେ ଅତ୍ୟନ୍ତ ଦକ୍ଷ ଓ ସାଂଗଠାନିକ କ୍ଷେତ୍ରରେ ବଳିଷ୍ଠ ଜନନେତା ଥିଲେ । ସାଂସଦରେ ତାଙ୍କର ଭାଷଣରେ ସେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ପ୍ରଭାବିତ କରିପାରୁଥିଲେ । ଜଣେ ସ୍ପଷ୍ଟବାଦୀ ମୂଲ୍ୟବୋଧ ଭିତ୍ତିକ ରାଜନେତାର ସେ ଉଦାହରଣ ଥିଲେ । ପରଲୋକ ଗତ ଆତ୍ମାର ଶାନ୍ତି କାମାନା କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଡା. ଏ ଚେଲା କୁମାର, ଏଆଇସିସି ସଂପାଦକ, ଜୀ ରୁଦ୍ର ରାଜୁ, ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅଧ୍ୟାପକ କୈଳାସ ଆଚାର୍ଯ୍ୟ. ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ମୁଖପାତ୍ର ପଦ୍ମାକର ଗୁରୁ, ପିସିସି ଗଣ ମାଧ୍ୟମ ଦୀପକ କୁମାର ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.