
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାେଇଛି । ଛାତ୍ରଛାତ୍ରୀମାନେ ସକାଳ ୧୧ଟା ସମୟରେ ସମବେତ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଶିକ୍ଷକ ଏହି ଅବସରରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଜାୟ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ସମାରୋହରେ ବିଦ୍ୟାଳୟରେ ଅନୁଷ୍ଠିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ତର୍କ ଓ ନୃତ୍ୟ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ରୂପଧର ନାୟକ, ସୂର୍ଯ୍ୟକାନ୍ତ ବାରିକ, କୁଳମଣି ପ୍ରଧାନ, ରଘୁନାଥ ପୁରୀ ଓ ଭିଷ୍ମଦେବ ବାରିକ ପରିଚାଳନା କରିଥିଲେ ।