oom

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବିଳନୀ ଅନୁଷ୍ଠିତ : ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ମାନମୁଣ୍ଡ। ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରାସନ ୫ ଖାରବେଳ ନଗର ଭୁବନେଶ୍ୱର ଓଡିଶା ଆନୁକୂଲ୍ୟରେ ଆଞ୍ଚଳିକ ସଂପାଦିକା ଅନିତା ମେହେରଙ୍କ ଉଦ୍ୟମରେ ଜାତୀୟ ଶିକ୍ଷାନୀତି ଉପରେ ଗତକାଲି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀପ ବହିଦାରଙ୍କ ଅଧ୍ୟକ୍ଷତାରେ ତେଜରାଜ ହୋତାଙ୍କ ସଂଯୋଜନା କ୍ରମେ ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ମହାନ୍ତି ତଥା ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସେକ୍ରେଟାରୀ ଜେନେରାଲ କମଳାକାନ୍ତ ତ୍ରିପାଠୀଙ୍କ ଉପସ୍ଥିତରେ ସଭାକାର୍ଯ୍ୟଟି ସମାପନ ହୋଇଯାଇଛି । ଏହି ସଭାରେ ଶତାଧିକ ଶିକ୍ଷକ ପ୍ରତିନିଧି ଉପସ୍ଥିତ ହୋଇ ନୂତନ ଜାତୀୟ ଶିକ୍ଷ।ନୀତି ଉପରେ ଆଲୋଚନା କରିଥିଲେ । ଶିକ୍ଷକ ମାନଙ୍କୁ ବର୍ଗିକରଣ ବନ୍ଦ କରି ପୁରାତନ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁକରିବାକୁ ଅନୁରୋଧ କରାଗଲା । ଶିକ୍ଷକ ସଂଘରେ ଗଣତାନ୍ତ୍ରିକ ଚିନ୍ତାଧାରାର ଅବକ୍ଷୟ ଘଟିଛି । ଏଥିଯୋଗୁଁ ଦଲାଲ ମାନେ ନିଜକୁ ଆତ୍ମଘୋଷିତ ଶିକ୍ଷକ ନେତା ଭାବେ ପରିଚୟ ଦେଇ ଶିକ୍ଷକମାନଙ୍କୁ ଠକେଇ କରୁଛନ୍ତି ଓ ବିଭାଗୀୟ କାର୍ଯ୍ୟାଳୟରେ ଭୁଲ ପ୍ରସ୍ତାବ ଦେଇ ଶିକ୍ଷକ ମହଲରେ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ଶିକ୍ଷକ ସଂଗଠନ ଶିକ୍ଷା ଓ ବିଦ୍ୟାଳୟର ବିକାଶ ନିମନ୍ତେ ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ସହିତ ଶିକ୍ଷକ ମାନଙ୍କର ଗ୍ରେଡେସନ, ପ୍ରମୋସନ୍‌ରେ ଏ, ବି, କରି ଅଯଥା ଭୁଲ ବ୍ୟବସ୍ଥା କରାଯାଇଛି ତାକୁ ବିରୋଧ କରାଯିବାକୁ ମଧ୍ୟ ଦାବୀ କରାଯାଇଥିଲା । ଏହି ସଭାରେ ପ୍ରଜିନା ପାଢ଼ୀ, ଅନୁପମା ପ୍ରହରାଜ, ଶାନ୍ତିଲତା ସାହୁ, ଭାଗ୍ୟସିନୀ ମିଶ୍ର, ସବିତା ମୋହରା, ସ୍ଵର୍ଣ୍ଣକାନ୍ତି ମେକାପ ସମେତ ୩୦ରୁ ଅଧିକ ମହିଳା ଶିକ୍ଷିକ ନେତ୍ରୀ ବିଭିନ୍ନ ଜିଲ୍ଲାରୁ ଯୋଗଦାନ କରିଥିଲେ । ରାଜକିଶୋର ସାହୁ, ବବୃବାହନ ଭୋଇ, ଘନଶ୍ୟାମ ସାହୁ, ସୁଦାମ ଦିଶ୍ରୀ, ଶଙ୍କର ପୁଝାରୀ, ଦେବଦତ୍ତ ମେହେର, ଜାମିନିକାନ୍ତ ପାଟରା, ସତ୍ୟସାହୁ, ଜୟଦେବ ବିଶି, ଇନ୍ଦୁ ଭୂଷଣ ଡାଙ୍ଗ, ବନମାଳି ସାହୁ, ଜୟଦେବ ବିଶି, ହରେକୃଷ୍ଣ ରଥ ସମେତ ୮୦ ଜଣ ଶିକ୍ଷକ ନେତା ସଭାରେ ଯୋଗଦାନ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.