ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ ଭେଟ୍‌ଘାଟ୍‌ ଧୁମଧାମରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରଷ୍ଟ୍ର ପୁନେରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାର ସମସ୍ତ ପରିବାର ମିଶି ନୂଆଁଖାଇ ଭେଟ୍‌ଘାଟ୍‌ ବହୁତ ଖୁସିରେ ଧୁମଧାମରେ ପାଳନ କରିଛନ୍ତି । ଓଡ଼ିଶାର ମହାନ ଗଣପର୍ବ । ଏହି ନିଆରା କୃଷି ଭିତ୍ତିକ ପର୍ବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶା ନୂତନ ଭାବେ ଅମଳ ଧାନ ନେଇ ଓ ତହିଁରେ ପ୍ରସ୍ତୁତ ଭୋଗକୁ ଇଷ୍ଟଦେବୀଙ୍କ ଠାରେ ଲଗେଇ, ଉକ୍ତ ସଂଘର ସଭାପତି ହେମ ସାଗର ସାହୁଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅଙ୍କୁଶ ରାଓ ଲାଣ ଗେହଳ, ଭୋଷରି, ପୁନେ ଠାରେ ମନାଇ ଥିଲେ । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍” ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହି ଠାରେ ପାଳନ କରି ଆସୁଛି । ଏହି ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ରେ ପ୍ରାୟ ୬୦୦ ରୁ ଅଧିକ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଲୋକ ଏକତ୍ରିତ ହୋଇଥିଲେ । ପ୍ରଥମେ ବିଭିନ୍ନ ଦେବଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇ ଭୋଗ ଲଗା ଯାଇଥିଲା । ପରେ ସମସ୍ତଙ୍କୁ ଭୋଗ ପ୍ରସାଦ ସହ ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, କରଡ଼ି ଲେଥା, ଆରିସା ପିଠା, ଆମ୍ବୁଲ ରାଇ ପ୍ରଭୃତି ବ୍ୟଞ୍ଜନ ବଣ୍ଟନ କରିଥିଲେ । ଏ ବର୍ଷ ପଶ୍ଚିମ ଓଡ଼ିଶାର ଢ଼ଲିଆଖୁସା କଳା ପରିଷଦ, ବରଗଡ଼ର ଗୀତ ବାଦ୍ୟରେ ସମ୍ବଲପୁରୀ ନୃତ୍ୟ ଗୀତରେ ଦୁଲୁକିଥିଲା ମଞ୍ଚ, ଆନନ୍ଦରେ ଖୁବ୍ ଝୁମିଥିଲେ ଦର୍ଶକ । କମେଡି କିଙ୍ଗ ମନ ପଟେଲ, କେଦାର ପଟେଲ ଓ ଚାନ୍ଦିନୀ ସୁନାଙ୍କ ହାସ୍ୟ ନାଟକରେ ହସି ହସି ବେଦମ୍ ହେଇଥିଲେ ସମସ୍ତେ । କଳା ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହିତ ନାରୀମାନଙ୍କୁ ଉପାର୍ଜନ କ୍ଷମତା ଦେଇ ଆସୁଥିବା ଦଣ୍ଡରତ୍ନ ବିପିନ ଜାଲଙ୍କୁ ଦଣ୍ଡ ଅର୍ଜୁନ ଉପାଧିରେ ସମ୍ମାନୀତ କରାଯାଇଥିଲା । ପିଙ୍କି ଶର୍ମାଙ୍କର କରିଓଗ୍ରଫ କରୀଥିବା ଅର୍ମିସ୍କୁଲର କୁନି କୁନି ପିଲାଙ୍କ ଡାନ୍ସ ବହୁତ୍ ହ୍ରୁଦୟ ସ୍ପର୍ଶି ହୋଇଥିଲା । ଏହି ଅବସରରେ ମଞ୍ଚରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ହୋଇଥିଲା । ମୁଖିଆ ଭାବରେ ଜିତେନ୍ଦ୍ର ମିଶ୍ର, ପ୍ରତ୍ୟୁଷା ଗୁରୁ ଓ ପିଙ୍କି ଶର୍ମା ମଞ୍ଚ ପରିଚାଳନାରେ ଥିବା ବେଳେ ସଭ୍ୟ ତନ୍ମୟ ପାଟ୍ ଜୋଶୀ, ଉପେନ୍ଦ୍ର ତ୍ରପାଠୀ, ଅଭିନବ ଯୋଶୀ, ଦୀପକ ପଟେଲ, ଅଭିଳାଷ ମିଶ୍ର, ଘଣ୍ଟେସ୍ୱର ନେଲ ଦାଶ ପ୍ରମୁଖ ଦାୟିତ୍ଵ ତୁଲଇଥିଲେ । ଉପସ୍ଥିତ ସମସ୍ତ ପଶ୍ଚିମ ଓଡ଼ିଶାର ପ୍ରବାସୀ ସମ୍ବଲପୁରୀ ବେଶ ଭୁଷାରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ବେଶୀ ନିଆରା ଥିଲା ସମସ୍ତଙ୍କ ମନପସନ୍ଦ ସମ୍ବଳପୁରି ନାଚ, ଅନେକ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ସୁନିଲ ସାହୁ ନିଜର ବକ୍ତବ୍ୟ ରଖିବା ସହ ସ୍ୱାଗତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.