oom

ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଲାସାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁରେଲବାହାଲିଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଦବ ମହାସଭାର ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପସଭାପତି ସଂକିର୍ତ୍ତନ୍ୟ ବାଗ, ମୁଖ୍ୟବକ୍ତା ବିଜୟ ବିଶି ଓ ସମ୍ମାନୀତ ଅତିଥି ଭାବେ ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ଶଙ୍କର ମଲ୍ଲିକ, ଦେଓଗାଁ ବ୍ଲକ ସଂପାଦକ ସମ୍ପଦ ପୋଢ଼, ସମାଜସେବୀ ଜୟଦେବ ଜାଲ, ସାମ୍ବାଦିକ ତଥା ପୁଇଁନ୍ତଲା ବ୍ଲକ ଯୁବ ଯାଦବ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ, ବ୍ଲକ ସଂପାଦକ ପ୍ରଦୀପ କୁମାର ସେଲମା, ଚନ୍ଦ୍ର ବଦନ ବଗର୍ତ୍ତୀ, ମହାଦେବ ବାଙ୍କ, ଅଏଲାସାରୀ ଗ୍ରାମ ପଞ୍ଚାୟତ ସଭାପତି ବଳରାମ ଚନ୍ଦନ, ସଂପାଦକ ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପୁଇଁନ୍ତଲା ବ୍ଲକ ଯୁବ ଯାଦବ ସଭାପତି ଦେବେନ୍ଦ୍ର ହାତୀ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯାଦବ ସମାଜର ଶିଶୁମାନଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିଶୁମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

jittmm
Leave A Reply

Your email address will not be published.