oom

ତାଲଜୁରିରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ଆଦିବାସୀ ମେଳି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ର ଏହି କାର୍ଯ୍ୟକ୍ରମରେ ପ୍ରଥମେ ନଗର ପରିକ୍ରମା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଂଜନ ବିଶି ମୁଖ୍ୟ ଅତିଥି, ଟିଟିଲାଗଡ ଉପସଭାପତି ଇନ୍ଦ୍ରମଣି ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ଟିଟିଲାଗଡ ସଂପାଦକ ଘାସିରାମ ମାଝି, ସଇଁନ୍ତଲା ସଂପାଦକ ଟଙ୍କଧର ଧରୁଆ, ଅଚ୍ୟୁତ ଧରୁଆ ବଲାଙ୍ଗିର ବ୍ଲକ ସଭାପତି, ରାଜେନ୍ଦ୍ର ମାଝି ପୁଇଁନ୍ତଲା ବ୍ଲକ ସଂପାଦକ ଯୋଗ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବନଲତା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ ଜମି ଆଦିରେ ଆଦିବାସୀ ହଇରାଣ ହେଉଛନ୍ତି । ବଲାଙ୍ଗିର କିସ୍‌ରେ ନାମଲେଖା ପ୍ରକ୍ରିୟାରେ ଅବହେଳା କରାଯାଉଛି । ଆଗାମୀ ଦିନରେ ଶିକ୍ଷାର ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଶେଷରେ ପ୍ରଫୁଲ୍ଲ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.