ଖଡିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୁଆପଡା, (ନିରାକାର ମେହେର) : ଆମ ପଶ୍ଚିମ ଓଡିଶାର ଗଣପର୍ବ ହେଉଛି ନୂଆଁଖାଇ । ଏହି ଗଣପର୍ବ ନୂଆଁଖାଇରେ ପୁରପଲ୍ଲୀରୁ ଆରମ୍ଭ କରି ପୁରା ପଶ୍ଚିମ ଓଡିଶା ଚଳ ଚଂଚଳ ହେଉଥିବା ବେଳେ ଏହି ନୂଆଁଖାଇ ଆସନ୍ତା ୨୦ ତାରିଖ ପାଳନ କରାଯିବାକୁଥିବା ବେଳେ ଖଡିଆଳ ରାଜ ଦରବାରରେ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି । ସଭାରେ ଯୁବ ରାଜ ଦେବ ଦେବ ସିଂ ଦେଓଙ୍କ ସହିତ ରାଜ ଜ୍ୟୋତିଷ ପ୍ରଫୁଲ୍ଲ କୁମାର ରଥ, ପଣ୍ତିତ ସୁଦର୍ଶନ ଠାକୁର, ପଣ୍ତିତ ତାରା ପ୍ରସାଦ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଚଳିତ ସେପ୍ଟେମ୍ବର ୧୯ ତାରାଖ ଦିନ ଦୁଇ ଇଷ୍ଟ ଦେବୀକୁଂ ନାବାନ୍ନ ଭକ୍ଷଣ କରାଯିବା ପରେ ଭାଦ୍ରବ ଶୁକ୍ଲ ପକ୍ଷ ବୁଧବାର ସକାଳ ୧୦ଘଣ୍ଟା ୨୭ ମିନିଟରୁ ୧୧ଘଣ୍ଟା ୪୦ମିନିଟ୍‌ ମଧ୍ୟରେ ଅଂଚଳର ସମସ୍ତେ ନୂଆଁଖାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବ୍ରଜରାଜ ଦଣ୍ତସେନା, ଗଣେଶ ପ୍ରଧାନୀ, ଗୋବିନ୍ଦ ରଥ, ଯୁଗଳ ଦଣ୍ତସେନା, ପୃଥିରାଜ ମହାନ୍ତି ସମେତ ଜିଲ୍ଲାର ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.