ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ଟ୍ରଲର ଜବତ ସହ ୮ ମତ୍ସ୍ୟଜୀବୀ ଅଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ୱ ମାନଚିତ୍ରରେ ସାମୁଦ୍ରିକ ଅଲିଭ ରିଡ଼ଲେ କଇଁଛ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ ସମୟ ଆଗମନ ହେତୁ ବନ ଭିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ପ୍ରାୟଗି ଠାରୁ ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ସମୁଦ୍ର ମଧ୍ୟକୁ ନୋ ଫିସଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି । କିନ୍ତୁ ମଙ୍ଗଳବାର ଆନ୍ଧ୍ର ପ୍ରଦେଶ ଏକ ଟ୍ରଲର ଦ୍ୱାରା ୮ ଜଣ ମତ୍ସ୍ୟଜୀବୀ ବେଆଇନ ମାଛ ମାରୁଥିବା ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲରକୁ ଜବତ କରିବା ସହ ୮ ମତ୍ସ୍ୟଜୀବୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିରଳ ପ୍ରଜାତିର ଅଲିଭ ରିଡେଲ ସାମୁଦ୍ରିକ କଇଁଛଙ୍କ ସମୁଦ୍ରର ନୀଳ ଜଳରାଶିରେ ସମାଗମ, ମିଳନ ଓ ଗଣ ଅଣ୍ଡାଦାନ ପ୍ରକ୍ରିୟା ଚଳିତ ମାସ ୧ତାରିଖରୁ ମଈ ୩୧ ତାରିଖ ପର୍ଯ୍ୟନ୍ତ ମାଛଧାରାକୁ ନେଇ କଟକଣା ରହିଛି । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଛଧରା ନିଷିଦ୍ଧାଚଂଳ ଘୋଷଣା କରାଯାଇ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ପେଟ୍ରୋଲିଂ ସ୍କ୍ବାର୍ଡ ସମୁଦ୍ରରେ ପେଟ୍ରୋଲିଂ କରିବା ସମୟରେ ଆନ୍ଧ୍ରପ୍ରଦେଶ ଟ୍ରଲରକୁ ଜବତ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳର ଏମ୍.ବିରାରାଜୁ, ସି.ଦୁର୍ଗା, ଏମ୍.ହାରାପାଡୁ, ପି.ଦୁର୍ଗା ରାୟ, ବି.ଲକ୍ଷ୍ମୟା, ଏମ୍.ଅମରୁ, କେ.ଆପନା, ସି ଏଚ.ନାରାଜମା ପ୍ରମୁଖ ମସ୍ୟଜୀବୀମାନଙ୍କୁ ଅଟକ ରଖାଯାଇଛି । ଟ୍ରଲରରେ ରହିଥିବା ୨୧୦ କିଲୋ ଓଜନର ମାଛକୁ ଫିସେରୀ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୩ ହଜାର ଟଙ୍କାର ନିଲାମ କରାଯାଇଥିବା ଜଣାପଡିଛି । ଓଁଫ୍ରା ଆକ୍ଟ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ ଅମ୍ଳାନ ନାୟକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.