ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ ନିଆରା ପ୍ରୟାସ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ସନ୍ତାନକୁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ । ସ୍ୱରଚିତ ଗୀତକୁ ନିଜ କଣ୍ଠରେ ଗାଇ ସେ ଏହି ସଟେତନତା ଅଭିଯାନ ଚଳାଇଛନ୍ତି । ଏହି ଗୀତ ଏବେ ସୋସିଆଲ ମଡିଆରେ ଭାଇରାଲ୍ ହେବାରେ ଲାଗିଛି । ସରକାରଙ୍କ ୫ଟି ନିୟମ ମୁତାବକ ପାଠ ପଢିବା ସାଙ୍ଗକୁ ମାନସିକ ଚାରିତ୍ରିକ ଗଠନ କରିବା ଦିଗରେ ବିଇଓ ଶ୍ରୀ ମାଝୀଙ୍କ ଗୀତଟି ନିଶ୍ଚିତ ଭାବରେ ଏକ ସଚେତନତାର ବାର୍ତ୍ତା ବହନ କରୁଛି । ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଶିକ୍ଷା ଅଧିକାରୀ ଶ୍ରୀ ମାଝୀଙ୍କ ଏଭଳି ନିଆରା ପ୍ରସାୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.