ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚରମାନେ
ନିୟମିତ ହେଲେ

  • ଚାକିରୀରେ ଯୋଗଦାନ ସମୟରୁ ନିୟମିତ ହେଲେ
  • ୨୦୨୬ ଜାନୁୟାରୀ ପହିଲାରୁ ନିୟମିତ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇବେ
  • ଉପକୃତ ହେଲେ ୧୩ ହଜାରରୁ ଅଧିକ ଶିକ୍ଷକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିଛନ୍ତି । ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି । ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି । ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି । ତେବେ, ସେମାନେ ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘକ୍ଟଗ୍ଧସକ୍ଟଦ୍ଭବକ୍ଷ ଈରଦ୍ଭରଲସଗ୍ଧ ପାଇବେ । ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ । ସୂଚନାଯୋଗ୍ୟ ଯେ, ଏହି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.