ସୋ’ରୁମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ପଥ ମାଥିଲି ମେଡିକାଲ ନିକଟରେ ଥିବା ପଟ୍ଟନାୟକ ଏଣ୍ଟେର ପ୍ରିସେସ ନାମକ ସୋ’ରୁମରେ ଶୁକ୍ରବାର ରାତିରେ ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଏସମ୍ପର୍କରେ ଖବର ପାଇ ମାଥିଲି, ଗୁମ୍ମା ଓ ଖଇରପୁଟର ୩ଟି ସ୍ଥାନରୁ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁରେ ଫ୍ରିଜ, କୁଲର, ଆଲମୀରା, ପଲଙ୍କ, ପ୍ଲାଷ୍ଟିକ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.