ପବିତ୍ର ନବରାତ୍ରୀ ଅବସରରେ ନିଶାନ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ମହୁଲ ପାଟଣା ଜମିଦାରୀର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକରୀଙ୍କ ପବିତ୍ର ଶାରଦୀୟ ପୂଜା ଅବସରରେ ଆଜି ଜୟପାଟଣା ଠାରୁ ଶତାଧିକ ମହିଳାଙ୍କ ସୁସଜ୍ଜିତ ଶୋଭାଯାତ୍ରା ୧୦ କିଲୋମିଟର ଅତିକ୍ରମ କରି ତାଲଗୁଡ଼ ପୀଠରେ ପହଞ୍ଚିଛି । ଏହି ସଂକଳ୍ପ ଭରା ନିଶାନ ଶୋଭାଯାତ୍ରା ଜୟପାଟଣା ହନୁମାନ ମନ୍ଦିରରୁ ଶୁଭାରମ୍ଭ ହୋଇ ମହାବୀରପଡା, କିଶୋରପଡା, ଖାଇରମାଲ, ପାଇକ କେନ୍ଦୁମୁଣ୍ଡି, ମହିପାନି ଓ ଶେଷରେ ତାଳଗୁଡ ପହଞ୍ଚିବା ଭିତରେ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଡ଼ାକବାଜି ଯନ୍ତ୍ର, କୀର୍ତ୍ତନ ଦଳ ସାଙ୍ଗରେ ଶତାଧିକ ମହିଳା ଯାତ୍ରାରେ ବିଭିନ୍ନ ଧ୍ଵଜା ଧରି ସଂକଳ୍ପର ସହିତ ପାଦରେ ଚାଲି ଚାଲି ମା’ ଡୋକରୀଙ୍କ ସାମୁହିକ ଦର୍ଶନ କରି ରାଷ୍ଟ୍ର ପାଇଁ ଶୁଭକାମନା ଭିକ୍ଷା କରିଥିଲେ । ପରେ ଆୟୋଜିତ ଅନ୍ନଛତ୍ରରେ ସମସ୍ତେ ପ୍ରସାଦ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାରୱାଡ଼ି ସମାଜ ଦ୍ୱାରା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.