centurian jitm

ନିର୍ମାଣ ଶ୍ରମିକ ନେତା ଡ. ବିପିନ କୁଶୁଲିଆ ଗିରଫ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ଶ୍ରମିକ ଯୋଜନାର ଲାଭ ପାଇବା ପାଇଁ ଆଜି ୫୦୦ ଶ୍ରମିକ ଜବ୍‌ କାର୍ଡଧାରୀ, ଦାଦନ ଶ୍ରମିକ ମାନେ ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଘେରାଓ କରି ରାସ୍ତା ବନ୍ଦ କରିଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାର ୧୪ଗୋଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନୁଆ ଶ୍ରମିକ କାର୍ଡ ଦେବା ପାଇଁ ଆବେଦନ ପତ୍ର ଗ୍ରହଣ, ଜବ୍‌ କାର୍ଡଧାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ, ଦାଦନ ଶ୍ରମିକଙ୍କୁ ଶ୍ରମିକ କାର୍ଡ ଏବଂ କାମ ତଥା ଶ୍ରମ କାର୍ଯ୍ୟାଳୟରେ ନିର୍ବାଚନ ୨୦୧୯ ପୂର୍ବେ ଜମା ହୋଇଥିବା ଶ୍ରମିକ କାର୍ଡ ଆବେଦନକାରୀଙ୍କୁ ଶ୍ରମିକ କାର୍ଡ ଦେବା ଦାବୀରେ ନିର୍ମାଣ ଶ୍ରମିକମାନେ ଶ୍ରମ କାର୍ଯ୍ୟାଳୟରେ ଉତ୍ତେଜିତ ହୋଇ ଜିଲା୍ଲ ଶ୍ରମ ଅଧିକାରୀ ସୁରେଶ କୁମାର ବେହେରା ଏବଂ ଅନ୍ୟ ଅଧିକାରୀ ତଥା ଟାଉନ୍‌ ଥାନା ଆଇ.ଆଇ.ସି.ଙ୍କ ସହ ଜବ୍‌ କାର୍ଡ ଏବଂ ୯୦ ଦିନର କାମ ପ୍ରମାଣ ପତ୍ର ନେଇ ଯୁକ୍ତି ତର୍କ ହୋଇଥିଲା ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ କୁହାଯାଇଛି ।

ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ଆହୁରି କୁହାଯାଇଛି ଯେ, ସମସ୍ତଙ୍କୁ କାର୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ଦିଆଯାଇଛି । ଆଗାମୀ ଦିନରେ ଶ୍ରମିକ କାର୍ଡ ପ୍ରଦାନ ନ କଲେ ପୁଣି ଆନ୍ଦୋଳନ କରାଯିବ ବୋଲି ନିର୍ମାଣ ଶ୍ରମିକ ପାଇଁ ଗିରଫ ହୋଇଥିବା ନିର୍ମାଣ ଶ୍ରମିକ ନେତା ଡ. ବିପିନ କୁଶୁଲିଆ କହିଛନ୍ତି ।

Leave A Reply

Your email address will not be published.