pr

ମାସିକ ରଚନା ସନ୍ଧ୍ୟା : ଆମ ବୈଦିକ ଶାସ୍ତ୍ର, ସଂସ୍କୃତି ଓ ପରମ୍ପରାରେ ପ୍ରକୃତି ଓ ଜୀବଜଗତ ପରସ୍ପର ଘନିଷ୍ଠ ଭାବରେ ନିର୍ଭରଶୀଳ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ବୈଦିକ ଶାସ୍ତ୍ର, ସଂସ୍କୃତି ଓ ପରମ୍ପରାରେ ପ୍ରକୃତି ଓ ଜୀବଜଗତ ପରସ୍ପର ଘନିଷ୍ଠ ଭାବରେ ନିର୍ଭରଶୀଳ । ଏକ ଆରେକ ବିନା ତିଷ୍ଠି ରହିବା ସମ୍ଭବ ନୁହେଁ । ତଥାକଥିତ ଆଧୁନିକତା ଓ ବିକାଶର ଦ୍ୱାହି ଦେଇ ମଣିଷ ପ୍ରକୃତିର ଅନିଷ୍ଟ କରିଚାଲିଛି । ଆମ ଜୀବଜଗତକୁ ବଞ୍ଚେଇ ରଖିବାକୁ ହେଲେ ପରିବେଶର ସୁରକ୍ଷା ଓ ସନ୍ତୁଳନ ନିତାନ୍ତ ଜରୁରୀ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ର ‘ମାସିକ ରଚନା ସନ୍ଧ୍ୟା’ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ପି. ପି. ଏକାଡେମୀ ସଭାକକ୍ଷରେ ‘ଆମ ପରିବେଶ : ଆମ ଦାୟିତ୍ୱ’ ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପିକା ରେଶମାରାଣୀ ଦାଶ, ବରିଷ୍ଠ ଓକିଲ ଓ ‘ଟାଙ୍ଗିଆଜାମ’ର ଆବାହକ ଗୋପାଳ ଚନ୍ଦ୍ର ହୋତା ଏବଂ ପ୍ରଫେସର ଡ. ଅଶ୍ୱିନୀ କୁମାର ରଥ ଅତିଥି ବକ୍ତା ଭାବରେ ଯୋଗଦେଇ କ୍ରମଶଃ ଅବକ୍ଷୟ ଓ ଦୂଷିତ ହେଉଥିବା ପରିବେଶର ସୁରକ୍ଷା ଆମ ଦାୟିତ୍ୱ ବୋଲି କହିବା ସହ ଆମ ଶରୀର-ତତ୍ତ୍ୱ, ପ୍ରକୃତିର ଜଳଚକ୍ର ଓ ଜୀବନଧାରଣ ପ୍ରକ୍ରିୟା ସହିତ କିପରି ଭାବରେ ପରିବେଶ ଓ ପର୍ଯ୍ୟାବରଣର ସମାନତା ରହିଛି ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ. ଶ୍ରୀକର ମିଶ୍ର, ରମେଶ ଚନ୍ଦ୍ର ପୁରୋହିତ, କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ, ମନୋରଞ୍ଜନ ସାହୁ, ପ୍ରେମଚାନ୍ଦ ମହାନ୍ତି, ‘ରଚନା’ର ସଭାପତି ସନାତନ ଠାକୁର, ସମ୍ପାଦକ ଭାଗିରଥୀ ମିଶ୍ର କୋଷାଧ୍ୟକ୍ଷ ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଅନ୍ୟ ସଦସ୍ୟସଦସ୍ୟା ଏବଂ ସହରର ବହୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ । ‘ରଚନା’ର ସଦସ୍ୟ ଅଧ୍ୟାପକ ଜିତେନ୍ଦ୍ରିୟ ତ୍ରିପାଠୀ ସଭା ପରିଚାଳନା କରିଥିଲେ ଏବଂ ସହ ସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.