centurian jitm

ଉଚ୍ଚ ଶିକ୍ଷିତ ଯୁବକ ନିର୍ବାଚନ ମଇଦାନରେ

nschool

ଲୋଇସିଂହା, (କେପିଏନ୍‌ଏସ୍‌) : ଏକ ଉଚ୍ଚ ଶିକ୍ଷିତ ଯୁବକ ସୁନିଲ କୁମାର ଦାସ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଏହି ବର୍ଷ ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିଜ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଜିତିଲେ ନିଜ ଅଞ୍ଚଳର ଆହୁରି ବିକାଶ କରିବା ପାଇଁ ସେ କହିଛନ୍ତି । ଅଞ୍ଚଳର ଜନସାଧାରଣ ମଧ୍ୟ ଜଣେ ଉଚ୍ଚଶିକ୍ଷିତ ସରପଞ୍ଚ ପ୍ରାର୍ଥୀ ଭାବେ ସୁନିଲ କୁମାର ଦାସଙ୍କୁ ସମର୍ଥନ ଜଣାଇଛନ୍ତି । ବିଶେଷ କରି ଯୁବପିଢିମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ସୂଚନା ଯୋଗ୍ୟ ଯେ, ସେ ବିଟେକ ଇଲେକ୍ଟ୍ରିକାଲ ସିଟି ଟ୍ରେନିଂ କରିଛନ୍ତି ଓ ସରସ୍ଵତୀ ଶିଶୁ ମନ୍ଦିରରେ ଦୁଇବର୍ଷ ଶିକ୍ଷକତା ମଧ୍ୟ କରିଛନ୍ତି । ତାରାପୁର ରେମେଡିଜ ମହାରାଷ୍ଟ୍ରରେ ଦୁଇ ବର୍ଷ ଚାକିରି କରି ଭଲ ପଇସା ମଧ୍ୟ ଅର୍ଜନ କରୁଥିଲେ । ସେ ନିଜ ନଜରକୁ ଯାହା ଆସୁଥିଲା ଲୋକଙ୍କୁ ସାହଯ୍ୟ କରୁଛନ୍ତି । ସମାଜସେବୀ ଭାବରେ ସେ ବେଶ ଜଣାଶୁଣା । ନିଜ ଅଞ୍ଚଳର ଜନସାଧାରଣଙ୍କୁ ଡାକ୍ତରଖନା ଗୁଡ଼ିକରେ ନେବା ଆଣିବା ଓ ଅନ୍ୟ ଯେକୌଣସି ସମୟରେ ସାହାଯ୍ୟ କରିବା ପାଇଁ ସଦା ସର୍ବଦା ଆଗରେ ଛିଡ଼ା ହୁଅନ୍ତି ।

Leave A Reply

Your email address will not be published.