ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବା ସହିତ କୌଣସି ପଦବୀ ପାଇଁ କେହି ପ୍ରତିଦ୍ୱନ୍ଦି ନ ଥିବାରୁ ସର୍ବସମ୍ମତି କ୍ରମେ ସମସ୍ତ ପଦବୀ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷଣା କରାଯାଇଛି । ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ବେହେରା ସଭାପତି ଭାବରେ ନିର୍ବାଚିତ ଘୋଷିତ ହୋଇଥିବା ବେଳେ ବରିଷ୍ଠ ଓକିଲ ପ୍ରମୋଦ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ତପନ କିରଣ ପାଢ଼ୀ ଉପ ସଭାପତି, ସୌମ୍ୟ ରଞ୍ଜନ ହୋତା ଯୁଗ୍ମ ସମ୍ପାଦକ, ଅର୍ଦ୍ଧେନ୍ଦୁ ପଣ୍ଡା ସହକାରୀ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଜେ.ବି ଭୂଷଣ ପଣ୍ଡା କୋଷାଧକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଓକିଲ ରଜନୀକାନ୍ତ ପଣ୍ଡା, ଗଙ୍ଗାଧର ପାତ୍ର, ସୌଦାମିନୀ ଦ୍ୱିବେଦୀ, ପଦ୍ମ ଚରଣ ନାଏକ, ନେହା ଶର୍ମା ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ବରିଷ୍ଠ ଓକିଲ ଗଙ୍ଗାଧର ପାତ୍ର ନିର୍ବାଚନ ପ୍ରକ୍ରିୟା ତଦାରଖ କରିଥିଲେ ।

Leave A Reply

Your email address will not be published.