ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ

  • କୁମୁଦ ସଭାପତି ଓ ରଞ୍ଜିତ ସମ୍ପାଦକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଫଳଫଳ ଆଜି ପ୍ରକାଶ ପାଇଛି । ଏଥିରେ ସଭାପତି ପଦରେ ୧୭୦ ଖଣ୍ଡ ଭୋଟ କୁମୁଦ ମେହେର ଏବଂ ଦିନେଶ ମିଶ୍ର ୧୪୦ ଖଣ୍ଡ ଭୋଟ ପାଇଥିଲେ । କୁମୁଦ ମେହେର ୩୦ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦବୀରେ ରଞ୍ଜିତ ପ୍ରଧାନ ୧୬୪ ଖଣ୍ଡ ଏବଂ ନରସିଂହ ତରିଆ ୧୩୬ ଖଣ୍ଡ ଭୋଟ ପାଇଥିବା ବେଳେ ରଞ୍ଜିତ ପ୍ରଧାନ ୨୮ ଖଣ୍ଡ ଅଧିକ ଭୋଟ ପାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ପଦବୀରେ ଦୟାନିଧ ସାହୁ ୧୭୪ ଖଣ୍ଡ ଭୋଟ ଏବଂ ସନ୍ତୋଷ ପାତ୍ର ୧୩୧ ଖଣ୍ଡ ଭୋଟ ପାଇଥିବା ବେଳେ ଦୟାନିଧି ସାହୁ ୪୩ ଖଣ୍ଡ ଅଧିକ ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସହକାରୀ ସମ୍ପାଦକ(୧) ପଦବୀରେ କବି ମିସ୍ତ୍ରୀ ୧୮୧ ଖଣ୍ଡ ଏବଂ ଦୟାନିଧି ବେହେରା ୧୨୪ ଖଣ୍ଡ ଭୋଟ ପାଇଥିବା ବେଳେ କବି ମିସ୍ତ୍ରୀ ୫୭ ଖଣ୍ଡ ଅଧିକ ଭୋଟ ପାଇ ସହକାରୀ ସମ୍ପାଦକ(୧) ଭାବେ ନିର୍ବାଚିତ ହୋଇଛନ୍ତି । ସହକାରୀ ସମ୍ପାଦକ (୨) ପଦବୀରେ କାର୍ତ୍ତିକେଶ୍ଵର ରାଉତ ୧୯୪ ଖଣ୍ଡ ଭୋଟ ଏବଂ ରାମଜୀ ପାଣିଗ୍ରାହୀ ୧୧୬ ଖଣ୍ଡ ଭୋଟ ପାଇଥିବା ବେଳେ କାର୍ତ୍ତିକେଶ୍ଵର ରାଉତ ୭୮ ଖଣ୍ଡ ଅଧିକ ଭୋଟ ପାଇଁ ସହକାରୀ ସମ୍ପାଦକ(୨) ଭାବେ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ପଦବୀରେ ଯଦୁନାଥ ଦାଣ୍ଡିଆ ୧୭୭ ଖଣ୍ଡ ଏବଂ ଜନ୍ମେଜୟ ନାଗ ୧୩୨ ଖଣ୍ଡ ଭୋଟ ପାଇଥିବା ବେଳେ ଯଦୁନାଥ ଦାଣ୍ଡିଆ ୪୫ ଖଣ୍ଡ ଅଧିକ ଭୋଟ ପାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଦୁର୍ଯ୍ୟୋଧନ କାଲସାଏ, ଆନନ୍ଦ ଧରୁଆ, ସଂଜୀବ ସାହୁ, ଉମା ବିଭାର, ସୂର୍ଯ୍ୟ ସାହୁ ନିର୍ବାଚିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ କୁମୁଦ ରଞ୍ଜନ ମେହେର ପୂର୍ବରୁ ୩ ଥର ସଭାପତି ଏବଂ ଉପ ସଭାପତି ପଦବୀରେ ମଧ୍ୟ ରହିଥିଲେ ।

Leave A Reply

Your email address will not be published.