ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ଥର ପରି ଚଳିତ ଥର ପୁଣି ଥରେ ଦ୍ଵି-ବାର୍ଷିକ ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ଶୃଙ୍ଖଳିତ ଓ ଅନୁଶାସିତ ସମ୍ବିଧାନ ପ୍ରକ୍ରିୟା ଧାରାରେ ଭୋଟ ଗ୍ରହଣ ମାଧ୍ୟମରେ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୋଟ ୨୪ ଜଣ ସଦସ୍ୟଙ୍କ ମଧ୍ୟରୁ ଉପସ୍ଥିତ ୨୩ ଜଣ ଭୋଟଦାନ କରି ଆଗାମୀ ୨ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରିଛନ୍ତି । ସଭାପତି ସରୋଜ କୁମାର ସାମଲ, ଉପ-ସଭାପତି ଭାବେ ପ୍ରଥମ ବର୍ଷ ପାଇଁ ପ୍ରଦୀପ କୁମାର ସାହୁ ଏବଂ ଦ୍ୱିତୀୟ ବର୍ଷ ପାଇଁ କେ. ସତ୍ୟନାରାୟଣ ରେଡ୍ଡୀ ଭୋଟ ଗ୍ରହଣ ମାଧ୍ୟମରେ ଚୟନ ହୋଇଛନ୍ତି । ସେହିପରି ଅଜିତ ସ୍ୱାଇଁ ସାଧାରଣ ସମ୍ପାଦକ ଏବଂ ସହ-ସମ୍ପାଦକ ଭାବେ ସନ୍ତୋଷ କୁମାର ସାହୁ, ଦେବବ୍ରତ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ କ୍ଷୀରୋଦ ଚନ୍ଦ୍ର ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଚଳିତ ମାସ ୧୯ ତାରିଖ ଶୁକ୍ରବାର ଦିନ ମଧ୍ୟାହ୍ନ ଗୋଟାଏ ବେଳେ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ଦାୟିତ୍ଵ ବହନ, ହସ୍ତାନ୍ତର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ସମସ୍ତ ସଦସ୍ୟଙ୍କ ଗହଣରେ ଆନୁଷ୍ଠାନିକ ଆଲୋଚନା ହେବା ସାଂଗକୁ ଏକ ପ୍ରୀତି ଭୋଜନ ଅବା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଛତ୍ରପୁର ପ୍ରେସ୍ କ୍ଲବ୍ ମୁଖପାତ୍ରଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.