oom

୩୪୫ଟି ପଞ୍ଜୀକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ରୁପ୍‌)କୁ ତାଲିକାରୁ ବାହାର କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି

jsmm

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ସହ ଭାରତ ନିର୍ବାଚନ ଆୟୋଗ ୩୪୫ଟି ପଞ୍ଜୀକୃତ ଅଣ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ରୁପ)ଙ୍କୁ ତାଲିକାରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଦଳ ଗୁଡ଼ିକ ୨୦୧୯ ପରଠାରୁ, ଗତ ଛଅ ବର୍ଷ ଧରି ଗୋଟିଏ ବି ନିର୍ବାଚନ ଲଢ଼ିବାର ଜରୁରୀ ସର୍ତ୍ତ ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ କାର୍ଯ୍ୟାଳୟ କୌଣସି ସ୍ଥାନରେ ଅବସ୍ଥିତ ମଧ୍ୟ କରାଯାଇପାରି ନାହିଁ । ଏହି ୩୪୫ ଟି ରୁପ୍‌ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପଞ୍ଜୀକୃତ ହୋଇଛନ୍ତି । ଏହା ଦୃଷ୍ଟିକୁ ଆସିଛି ଯେ ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ସହ ପଞ୍ଜୀକୃତ ୨୮୦୦ରୁ ଅଧିକ ରୁପ୍‌ ମଧ୍ୟରୁ ଅନେକ ରୁପ୍‌ ଭାବରେ ପଦବୀ ଜାରି ରଖିବା ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ, ନିର୍ବାଚନ ଆୟୋଗ ଦ୍ୱାରା ଏପରି ରୁପ୍‌ ଚିହ୍ନଟ କରିବା ପାଇଁ ଏକ ଦେଶବ୍ୟାପୀ କାର୍ଯ୍ୟ ଯୋଜନା କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ୩୪୫ ଟି ରୁପ୍‌ ଚିହ୍ନଟ କରାଯାଇଛି । କୌଣସି ଦଳକୁ ଅଯଥା ତାଲିକାରୁ ବାହାର ନକରିବା ପାଇଁ, ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏପରି ରୁପ୍‌ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ପରେ, ସମ୍ପୃକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱାରା ଶୁଣାଣି ମାଧ୍ୟମରେ ଏହି ଦଳଗୁଡ଼ିକୁ ସୁଯୋଗ ଦିଆଯିବ । ଯେକୌଣସି ରୁପ୍‌ କୁ ବାହାର କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଭାରତୀୟ ନିର୍ବାଚନ ଆୟୋଗ ନେବେ । ଦେଶର ରାଜନୈତିକ ଦଳଗୁଡ଼ିକ (ଜାତୀୟ/ରାଜ୍ୟ/ରୁପ୍‌ ) ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୨୯ଏର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଆୟୋଗ ସହ ପଞ୍ଜୀକୃତ ହୁଅନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, କୌଣସି ସଂଘ ଥରେ ରାଜନୈତିକ ଦଳ ଭାବରେ ପଞ୍ଜୀକୃତ ହେବାପରେ, ସେମାନଙ୍କୁ ଟ୍ୟାକ୍ସ ଛାଡ଼ ଭଳି କିଛି ସୁବିଧା ମିଳିଥାଏ ଏହି କାର୍ଯ୍ୟ ଯୋଜନା, ରାଜନୈତିକ ବ୍ୟବସ୍ଥାକୁ ସଫା କରିବା ଏବଂ ୨୦୧୯ ପରଠାରୁ ଲୋକସଭା କିମ୍ବା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବିଧାନସଭା କିମ୍ବା ଉପ-ନିର୍ବାଚନ ପାଇଁ କୌଣସି ନିର୍ବାଚନ ଲଢ଼ି ନଥିବା ଏବଂ ଭୌଗୋଳିକ ଭାବରେ ଚିହ୍ନଟ କରାଯାଇପାରି ନଥିବା ଦଳ ମାନଙ୍କୁ ତାଲିକାରୁ ବାହାର କରିବା ଲକ୍ଷ୍ୟରେ କରାଯାଇଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୩୪୫ ଟି ରୁପ୍‌ ଚିହ୍ନଟ କରାଯାଇଛି ଏବଂ ଏହା ରାଜନୈତିକ ବ୍ୟବସ୍ଥାକୁ ସଫା କରିବା ଉଦ୍ଦେଶ୍ୟରେ ଜାରି ରଖାଯିବ ।

jittmm
Leave A Reply

Your email address will not be published.