ସଇଁତଲା, (ପ୍ରମୋଦ ସେଲମା) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାର୍ଯ୍ୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ୱର୍କର୍ ସଂଘରୁ ୪ ଜଣ ପ୍ରଦୀପ କୁମାର କର ୬୪୦ ଖଣ୍ଡ ଭୋଟ ପାଇଥିବା ବେଳେ ଅଶ୍ୱିନୀ ପାଢ଼ୀ ୬୬୨ ଖଣ୍ଡ, ଯୋଗେଶ କୁମାର ମେହେର ୬୪୮ ଖଣ୍ଡ ଓ ତ୍ରିନାଥ ଧରୁଆ ୬୨୧ ଖଣ୍ଡ ଭୋଟ ଏବଂ ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ଦ୍ଵାରା ଅନୁବନ୍ଧିତ କର୍ମଚାରୀ ସଂଘରୁ ସଞ୍ଜୀବ କୁମାର ବଗର୍ତ୍ତୀ ୬୫୦ ଖଣ୍ଡ ଭୋଟ AIDEF ଦ୍ଵାରା ଅନୁବନ୍ଧିତ ମଜଦୂର ସଂଘରୁ ଜୟସିଂ ନାୟକ ୬୮୯ ଖଣ୍ଡ ଓ ବଂଶୀଧର ଭୋଇ ୬୨୭ ଖଣ୍ଡ ଭୋଟ ପାଇଁ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଏବଂ ଅଖିଳ ଭାରତୀୟ ଟ୍ରେଡ୍ ୟୁନିୟନ କଂଗ୍ରେସ ମିଳିତ ଭାବେ ଲଢ଼ି ୭ ସିଟ୍ରୁ ୫ ସିଟ୍ ପାଇ ବିଜୟୀ ହୋଇଥିବାରୁ ଅଖିଳ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘର ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର, ୱାର୍କର୍ସ ସଂଘର ସଂଯୋଜକ ଅରୁଣ କୁମାର ପଟେଲ ସଭାପତି ହରିହର ସିଂହ ସାଧାରଣ ସମ୍ପାଦକ ବିଶ୍ବମ୍ବର ତ୍ରିପାଠୀ, ମିଳିତ ନିର୍ବାଚନ କମିଟିର ଚେୟାରମେନ ଭରତ ମାଝୀ ଓ କର୍ମଚାରୀ ସଂଘର ସଭାପତି କେଦାର ଚରଣ ବାରିକ, ଉପ ସଭାପତି ପ୍ରଶାନ୍ତ ବେହେରା, ଯୁଗ୍ମ ସମ୍ପାଦକ ରାଜେଶ ନାୟକ, ସୁଶାନ୍ତ ତ୍ରିପାଠୀ ଓ ଲଳିତ ମାଝୀଙ୍କ ସମେତ ମିଳିତ ସଂଘର ସମସ୍ତ କର୍ମକର୍ତାମାନେ ଧନ୍ୟବାଦ ଦେଉଛନ୍ତି । ଓଡିଶାର ବାଲେଶ୍ୱର ନିକଟରେ ରେଲୱେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ସମବେଦନା ଜଣାଇ ବିଜୟ ଶୋଭାଯାତ୍ରାକୁ ସ୍ଥଗିତ ରଖିବାକୁ ସର୍ବସମ୍ବତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।
Next Post