centurian jitm

ଟିଟିଲାଗଡ ଓକିଲ ସଂଘ ନିର୍ବାଚନରେ ଚଳିତ ବର୍ଷ ପାଇଁ ସଭାପତି ହେଲେ କୃଷ୍ଣଚନ୍ଦ୍ର ସାହୁ ଏବଂ ସମ୍ପାଦକ ହେଲେ ମହେଶ ମହାନ୍ତି

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପଦବୀ ପାଇଁ କୃଷ୍ଣଚନ୍ଦ୍ର ସାହୁ ଏବଂ ସଞ୍ଜୟ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ ୮୬ଟି ଭୋଟ ପାଇଥିବା ବେଳେ ସଞ୍ଜୟ ବେହେରା ୭୭ ଗୋଟି ଭୋଟ ପାଇଛନ୍ତି । ୯ ଟି ଭୋଟରେ ଚଳିତ ବର୍ଷ ପାଇଁ କୃଷ୍ଣ ଚନ୍ଦ୍ର ସାହୁ ସଭାପତି ପଦରେ ବିଜୟୀ ହୋଇଛନ୍ତି, ସେହିପରି ସଂପାଦକ ପଦ ପାଇଁ ମହେଶ ମହାନ୍ତି ଏବଂ କାର୍ତ୍ତିକ ଛତରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ତେବେ ମହେଶ ମହାନ୍ତି ୯୬ଟି ଭୋଟ ପାଇଥିବା ବେଳେ କାର୍ତ୍ତିକ ଛତର ୬୮ ଭୋଟ ପାଇଛନ୍ତି । ଫଳରେ ୨୮ଟି ଭୋଟରେ ମହେଶ ମହାନ୍ତି ବିଜୟୀ ହୋଇଛନ୍ତି । ଉପସଭାପତି ଭାବେ ବିଦ୍ୟା ଭରାସାଗର ନିର୍ବାଚିତ ହୋଇଥିବା ବେଳେ ଜୟ ପ୍ରକାଶ ବେହେରା କୋଷାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସହସଂପାଦକ ପଦରେ ମକରଧ୍ୱଜ ବାଗ ୯୩ ଭୋଟ ପାଇଥିବା ବେଳେ ସୁରେନ୍ଦ୍ର ନାଥ ପୋଡ଼ ୭୨ ଖଣ୍ଡ ଭୋଟ ପାଇଥିଲେ । ତେବେ ୨୧ଟି ଭୋଟ ପାଇ ମକରଧ୍ବଜ ବାଗ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନକୁ ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡା ଏବଂ ସହଯୋଗ କରିଥିଲେ ଓକିଲ ପ୍ରଫୁଲ୍ଲ ବିଶି, ତନ୍ମୟ ଠାକୁର, ସୁଧାଂଶୁ ଶେଖର ମହାନ୍ତି ।

Leave A Reply

Your email address will not be published.