centurian jitm

ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍‌ ଦେବେନ୍ଦ୍ର କୁମାର ମିଶ୍ରଙ୍କ ଦେହାନ୍ତ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍‌ ଦେବେନ୍ଦ୍ର କୁମାର ମିଶ୍ରଙ୍କର ୮୫ ବର୍ଷ ବୟସରେ ଗତକାଲି ମଧ୍ୟାହ୍ନ ୧୨ଟା ୩୦ମିନିଟରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ସେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଶ୍ରୀ ମିଶ୍ରଙ୍କ ମୃତ୍ୟୁଶର୍ଯ୍ୟା ନିକଟରେ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍‌ ମିଶ୍ର, ବୋହୂ, ଜ୍ୱାଇଁ ବିଭୁଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.