ଏକ୍ସନ କମିଟିର ବନ୍ଦ ଡାକରାକୁ ଖୋଲମ ଖୋଲା ନିନ୍ଦା କଲା ବଲାଙ୍ଗିର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି : ଜିଲ୍ଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ୍ସନ କମିଟିର ବନ୍ଦ ଡାକରାକୁ ଖୋଲମ ଖୋଲା ଦୃଢ ନିନ୍ଦା କରିଛି ବଲାଙ୍ଗିର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି । ଶହ ଶହ ପୁରୁଷ ମହିଳା ସ୍ଥାନୀୟ କଚେରିଛକରେ ରୁଣ୍ଡ ହୋଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିବା ବେଳେ କଚେରିଛକ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ସୂଚନା ଅନୁସାରେ ମହାରାଣୀ ସାଗର ଓ ଲକ୍ଷ୍ମୀଯୋର ପ୍ରକଳ୍ପର ଉନ୍ନତି ପାଇଁ ଅର୍ଥ ମଞ୍ଜୁର ହୋଇ ଆସିଥିବା ସତ୍ୱେ କାମ ଆରମ୍ଭ ହୋଇନଥିବାରୁ ଆସନ୍ତା ୬ ତାରିଖ ଦିନ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ତେବେ ମହାରାଣୀ ସାଗର ଉନ୍ନତି କାମ ପାଇଁ ଆଖପାଖର ଜବରଦଖଲ ଉଚ୍ଛେଦ କରାଯିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତନାଘନା ଉଦ୍ୟମ ଜାରି ରହିଥିଲା । ଏତିକି ବେଳେ ଜବରଦଖଲ ଉଚ୍ଛେଦ ଦ୍ୱାରା ପୀଡିତ ହେବାକୁ ଥିବା ଲୋକେ ବଲାଙ୍ଗିର ଏକ୍ସନ କମିଟିର ବନ୍ଦ ଡାକରାକୁ ପ୍ରବଳ ବିରୋଧ କରିଥିବା ଦେଖା ଦେଇଥିଲା । ଆଜି ଏହି ବିରୋଧ ବିଶାଳ ରୂପ ଧାରଣ କରିଥିବା ବେଳେ ଗରିବ ଲୋକଙ୍କୁ ଉଚିତ୍‌ ଥଇଥାନ ପରେ ଜବରଦଖଲ ଉଚ୍ଛେଦ କରାଯିବା ଦାବୀରେ ବଲାଙ୍ଗିର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ କମିଟି ରାସ୍ତାକୁ ଓହ୍ଲାଇଛି ଏବଂ ହେବାକୁ ଥିବା ବନ୍ଦ ପାଳନକୁ ପ୍ରବଳ ବିରୋଧ କରିଛି । ଅନ୍ୟପକ୍ଷରେ ୬ ତାରିଖ ଦିନ ପଶ୍ଚିମ ଓଡିଶାର ମହାନ ଗଣପର୍ବ ଫୁଷ୍‌ପୁନି ରହିଥିବାରୁ ଏହି ବନ୍ଦ ଡାକରା ପଶ୍ଚିମ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ପଦାଘାତ କରୁଛି ବୋଲି ମଧ୍ୟ ଘେରାଉରେ ସାମିଲ ଥିବା ଲୋକେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!