ଟିଟିଲାଗଡ଼ ପରେ ବଡ଼ମାଳ ଫାଣ୍ଡିରୁ ୨ ଜଣ ଅଭିଯୁକ୍ତ ଫେରାର : କାର୍ଯ୍ୟରେ ଅବହେଳା ଯୋଗୁଁ ୩ କନେଷ୍ଟବଳ ନିଳମ୍ବିତ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଶିଶକେଲା ପଞ୍ଚାୟତ ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ମେନେଜରଙ୍କୁ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ଲୁଟ କରିବା ସହ ମୋବାଇଲ ଫୋନ୍‌ ଲୁଟ କରି ଦୁର୍ବୁତ୍ତମାନେ ଫେରାର ମାରିଥିବା ଘଟଣାରେ ସଇଁତଲା ଥାନାରେ ଅଭିଯୋଗ ପରେ ଏହି ଘଟଣାରେ ସଇଁତଲା ପୋଲିସ ୨ ଯୁବକଙ୍କୁ ଆଣି ବଡ଼ମାଳ ଫାଣ୍ଡି ପଚାରାଉଚରା ଜାରି ରଖିଥିବା ବେଳେ ଗତ ୨୭ ତାରିଖ ରାତି ୯ ଘଣ୍ଟା ସମୟରେ ୨ ଯୁବକ ଖାଇପିଇ ସାରି ହାତ ଧୋଇବାକୁ ଯାଇ ଚମ୍ପଟ ମାରିଛନ୍ତି । ଫେରାର ଯୁବକ ମାନେ ହେଲେ ସର୍ଗିପାଲି ଓ ତୁମୁଡିବନ୍ଦ ଅଞ୍ଚଳର ବୋଲି ଜଣାପଡିଛି । ଏହି ଫେରାର ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପୋଲିସ କନେଷ୍ଟବଳଙ୍କୁ ନିଳମ୍ବିତ କରାଯାଇଛି । ସେମାନେ ହେଲେ ଅଶ୍ୱିନୀ ସେଠ, ସତ୍ୟବାନ ରାଉତ ଓ ସୁନୀଲ ମିଂଚ । ଏନେଇ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକାରୀ ଦିଲୀପ ପଟେଲ ସୂଚନା ଦେଇଛନ୍ତି । ଏହି ଫେରାର ଘଟଣା ଟିଟିଲାଗଡ଼ ଥାନା ପରେ ସଇଁତଲା ଥାନା ବଡ଼ମାଳ ଫାଣ୍ଡିରୁ ଚମ୍ପଟ ମାରିଥିବାରୁ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା କାରଣ ହୋଇପଡିଛି । ପ୍ରକାଶ ଯେ, ସଇଁତଲା ଥାନାର ଶିଶକେଲା ପଞ୍ଚାୟତରେ ଥିବା ବିନ୍ଦନବାହାଲି ମଦ ଭାଟିରେ ଗତ ୧୮ ତାରିଖ ରାତି ୯ ଘଣ୍ଟା ସମୟରେ ୮/୧୦ ଜଣ ଦୁର୍ବୁତ୍ତମାନେ ମଦଭାଟିକୁ ମଦ କିଣିବା ବାହାନାରେ ଯାଇଥିଲେ । ହଠାତ୍‌ ଭାଟିର ମେନେଜର ଓ ସେଲ୍ସମ୍ୟାନଙ୍କୁ ମାଡ଼ ମାରିବା ପରେ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭାଟିରେ ଥିବା ୧ ଲକ୍ଷ ୮୦ ହଜାର ଟଙ୍କା ସହ ୨ ଗୋଟି ମୋବାଇଲ ଫୋନକୁ ଦୁର୍ବୁତ୍ତମାନେ ଲୁଟ କରି ଫେରାର ମାରିଥିଲେ । ଏନେଇ ପରବର୍ତ୍ତୀ ଦିନ ଭାଟି ମେନେଜର ପିଙ୍କୁ ସିଂ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇ ସଇଁତଲା ଆଇଆଇସି ଅବନୀ ସାହୁ, ବଡ଼ମାଳ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ଏଏସ୍‌ଆଇ ଥବିର ମହାରଣା ସହ ବଲାଙ୍ଗିର ସାଇଣ୍ଟିଫିକ ଟିମ୍‌ ପହଂଚି ଘଟଣାର ଖୋଡ଼ତାଳ ଆରମ୍ଭ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ବଡ଼ମାଳ ଗୋଲାବାରୁଦ କାରଖାନା ପରିସରରେ କଡ଼ା ସୁରକ୍ଷା ଥିବା ସତ୍ତ୍ୱେ କିଭଳି ଭାବରେ ଅଭିଯୁକ୍ତମାନେ ଫେରାର ହେଲେ ତାହାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Leave A Reply

Your email address will not be published.