ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହେଲେ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ୭ ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା ବାହିନୀପତି । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଥିଲେ ।
Next Post