oom

ବଘୀଆପଡା ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ଜିଲ୍ଲା ଆରକ୍ଷୀ ଅଧିକାରୀ

jsmm

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ବଘୀଆପଡା ଫାଣ୍ଡି ଅଧିକାରୀ ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବା ପରେ ଛାଡ଼ିଦେବା ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ବୌଦ୍ଧ ଏସ୍‌ପି ଜଣେ ଫାଣ୍ଡି ଅଧିକାରୀ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ମତେ, ଚଳିତ ମାସ ୧୬ ତାରିଖରେ ବଡଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସର୍ଜିତ ମଲ୍ଲିକ ଏକ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଏହି ସମୟରେ ବଘୀଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇ କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ଦେଡାବାଡ଼ି ଛକ ନିକଟରେ କାବୁ କରିଥିଲେ । ପରେ ସେମାନଙ୍କୁ ଛାଡ଼ିଦେଇ ଦୁଇଟି ବ୍ୟାଗରେ ଥିବା ଗଞ୍ଜେଇକୁ ନେଇ ସରକାରୀ କ୍ଵାଟରରେ ରଖିଥିଲେ । ଘଟଣାଟି ଏସ୍‌ପି ପ୍ରହଲ୍ଲାଦ ସାଇ ମିନାଙ୍କ ପାଖରେ ପହଞ୍ଚିଥିଲା । ଏସ୍‌ପି ଶ୍ରୀ ମିନା ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ କର୍ମଚାରୀଙ୍କ ସରକାରୀ କ୍ଵାଟରରେ ଦୁଇଟି ବ୍ୟାଗରେ ୧୩ କେଜି ଗଞ୍ଜେଇ ଓ ଗୋଟିଏ ମଟରସାଇକେଲ ଦେଖିଥିଲେ । ରିପୋର୍ଟ ପାଇବାପରେ ଏସ୍‌ପି ସେମାନଙ୍କୁ ନିଲମ୍ବିତ କରିବା ସହ ତଦନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.