centurian jitm

ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ : ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର, ତାହେଲେ ବିପୁଲ କେଉଁଠି ?

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ । ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର । ହେଲେ ବିପୁଲଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିିଁ । ସୂଚନା ଅନୁସାରେ ଜି. ଉଦୟଗିରିର ବିପୁଲ କୁମାର ନାଏକ, ପିତା ସ୍ଵର୍ଗତ ବାମଦେବ ନାଏକ, ନିବାସୀ କନବାଗିରି, ଜି. ଉଦୟଗିରି, ଜିଲ୍ଲା-ଫୁଲବାଣୀ । ବିପୁଲ ଯାଜପୁର ରେଳବାଇ ୟାର୍ଡରେ କାର୍ଯ୍ୟ କରୁଥିଲେ । ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିଜ ଘରକୁ ଯାଜପୁର ରେଳ ଷ୍ଟେସନଠାରୁ ଭୁବନେଶ୍ୱର ଅଭିମୁଖେ ବଡବିଲ ପୁରୀ ଏକ୍ସପ୍ରେସ ଟ୍ରେନ ଯୋଗେ ସନ୍ଧ୍ୟା ୪ ଟା ସମୟରେ ବସିଥିଲେ । ଟ୍ରେନ ବହୁତ ଭିଡଥିବା ସମ୍ବନ୍ଧରେ ନିଜ ସ୍ତ୍ରୀଙ୍କୁ ଫୋନ କରି ଜଣାଇବା ସହ ମତେ ସିଟ୍‌ ମିଳୁନି ମୁଁ ଭୁବନେଶ୍ୱରରେ ପହଞ୍ଚି ଜଣାଇବି ବୋଲି କହିଥିଲେ । ଘରଲୋକ ସନ୍ଧ୍ୟା ସାତଟା ସମୟରେ ଫୋନ କରିବାରୁ ଖୋର୍ଦ୍ଧା ଆର୍‌ପିଏଫ୍‌ ଫୋନ ଉଠାଇ ଟିଟି ଜଣେ ଆମକୁ ସବୁ ଜିନିଷ ପତ୍ର, ମୋବାଇଲ ଦେବା ସହ ଜଣେ ଯୁବକ ଟ୍ରେନରୁ ପଡିଗଲେ ବୋଲି ଷ୍ଟେଟମେଣ୍ଟ ଲେଖି ଦେଇଥିବା ଆର୍‌ପିଏଫ୍‌ କହିଥିବା ବିପୁଲଙ୍କ ଭିଣୋଇ ଯୋଗେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ତା’ ହେଲେ ବିପୁଲଙ୍କ ଶରୀର ଏ ଯାଏଁ ପରିବାର ବର୍ଗଙ୍କୁ ମିଳି ନାହିଁ କି ଆର୍‌ପିଏଫ୍‌କୁ ମଧ୍ୟ କୌଣସି ମୃତ ଦେହ ମିଳି ନ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତା’ ହେଲେ ବିପୁଲଙ୍କ ଜିନିଷ ଟିଟିଙ୍କୁ କିପରି ମିଳିଲା ? ସେ ଟିଟିଆଇଙ୍କୁ ପଚରା ଉଚରା କଲେ ଜଣା ପଡ଼ିବ । କେଉଁ ଷ୍ଟେସନ ନିକଟରେ ବିପୁଲ ପଡ଼ିଲେ ତାହାର ତଥ୍ୟ ଆଧାରରେ ତଦନ୍ତ କରାଗଲେ କିଛି ଜଣା ପଡନ୍ତା ବୋଲି ପରିବାର ବର୍ଗ ଗୁହାରି କରୁଛନ୍ତି । ବିପୁଲଙ୍କ ବାହାଘରର ଆଠମାସ ପୁରିଥିବା ବେଳେ ତାଙ୍କ ସ୍ତ୍ରୀ ଛଅମାସର ଗର୍ଭବତୀ ବୋଲି ସୂଚନା ମିଳିଛି । ବାପା ମାଆ ଦୁନିଆଁରେ ଆଉ ନ ଥିବା ବେଳେ ସ୍ତ୍ରୀ ଏବେ ଚିନ୍ତାରେ । ବିପୁଲଙ୍କ ତିନି ଭଉଣୀ ମଧ୍ୟ ଚିନ୍ତାରେ ଥିବା ବେଳେ ବିପୁଲ ଏବେ କେଉଁଠି ? ଜୀବିତ ନା ମୃତ ? ଏ ରହସ୍ୟର ଉନ୍ମୋଚନ କରିବ କିଏ ? ତାଙ୍କ ମୋବାଇଲ ଓ ଜିନିଷ ପତ୍ର ମିଳିଲା ତା’ ହେଲେ ବିପୁଲଙ୍କ ଶରୀର ଗଲା କୁଆଡେ ? ଏହାର ସତ୍ୟତା ବାହାରିବା ନିତ୍ୟାନ୍ତ ଜରୁରୀ । ବିପୁଲଙ୍କ ଭଉଣୀ ଭିଣୋଇ ଆଖପାଖ ଡାକ୍ତରଖାନା, ଷ୍ଟେସନ ସବୁ ଖୋଜା ଖୋଜି କଲାପରେ ବି କିଛି ସୁରାକ ପାଇ ନାହାନ୍ତି । ତା’ ହେଲେ ବିପୁଲ ଗଲେ କୁଆଡେ ? ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ । କେବେ ଫେରିବେ ଚାହିଁ ବସିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.