ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ କରପଡା ପଞ୍ଚାୟତ ଅଳିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ ପଳାଇଥିଲେ । ଚାରିଆଡେ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ ମାଆ ଗତ ୨ ତାରିଖରେ ଝିଅ ନିଖୋଜ ଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ନିଖୋଜ ନାବାଳିକାଙ୍କୁ ଖୋଜି ବାହାର କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗଞ୍ଜାମ ଥାନା ପୋଲିସ । ନାବାଳିକା ଜଣକ ବାଙ୍ଗଲୋର ଷ୍ଟେସନରେ ପହଂଚିବା ପରେ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ସେଠାରେ ଚାଇଲଡ ହେଲ୍ପ ଲାଇନରେ ରଖାଯାଇଥିଲା । ଏସମ୍ପର୍କରେ ନାବାଳିକା ନିଜ ମାଆଙ୍କୁ ଫୋନ ଯୋଗେ ଜଣାଇବା ପରେ ତାଙ୍କ ମାଆ ଗଞ୍ଜାମ ଥାନା ସହ ଯୋଗାଯୋଗ କରିଥିଲେ । ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଗଞ୍ଜାମ ଥାନା ମହିଳା ଏଏସ୍‌ଆଇ ସୁପ୍ରଭା ସାହୁ ଓ କନେଷ୍ଟବଳ ସଚ୍ଚିଦାନନ୍ଦ ସାହୁ ଟ୍ରେନରେ ବାଙ୍ଗାଲୋର ଯାଇଥିଲେ । ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରି ଗଞ୍ଜାମ ଥାନାରେ ପହଂଚି ନାବାଳିକା ଝିଅକୁ ଆଜି ତାଙ୍କ ମାଆଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ଗଞ୍ଜାମ ଥାନା ପୋଲିସର କାର୍ଯ୍ୟଶୈଳୀକୁ ସହରବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.