ଭଦ୍ରାପାଲି ଗ୍ରାମର ଶବର ପୋଢଙ୍କ ଝିଅ ନିଖୋଜ : ଥାନାର ଦ୍ୱାରସ୍ତ ହେଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ଥାନା ଅନ୍ତର୍ଗତ ଭଦ୍ରାପାଲି ଗ୍ରାମର ଶବର ପୋଢଙ୍କ ଝିଅ ଜନତି ଗତ ସେପ୍ଟେମ୍ବର ୧୫ ତାରିଖରୁ ନିଖୋଜ ଅଛନ୍ତି । ଶୌଚ ହେବା ପାଇଁ କହି ସେ ବାହାରି ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ଝିଅକୁ ପାଇନଥିଲେ । ଶେଷରେ ପରିବାର ଲୋକେ ଥାନାର ଦ୍ୱାରସ୍ତ ହୋଇ ଝିଅକୁ ଖୋଜି ଆଣିବା ପାଇଁ ନିବେଦନ କରିଛନ୍ତି । ଏନେଇ ପୁଇଁନ୍ତଲା ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

Leave A Reply

Your email address will not be published.