ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା କୋର୍ଟ ଓ ତହସିଲରେ ୪ ଜଣ ସରକାରୀ ଓକିଲ ନିଯୁକ୍ତି ମିଳିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଓକିଲ ତାଲିକା ବଦଳିବ ବୋଲି ଆଶା କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ବିଳମ୍ବ ହୋଇଥିଲା । ଶେଷରେ ୨୬/୧୨/୨୫ ତାରିଖ ଗୁରୁବାର ଦିନ ଜିଲ୍ଲାର ନୂଆଁ ସରକାର ଓକିଲ ତାଲିକାକୁ ଆଇନ ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି । ସେହିପରି ଭାବେ ବୁଗୁଡା ଆଇନଜୀବୀ ମାନଙ୍କ ମଧ୍ୟରୁ ବୁଗୁଡା କୋର୍ଟ ପାଇଁ ବନବାସୀ ମହାରଣା ଓ ହରପ୍ରସାଦ ଦାସ ଏବଂ ବୁଗୁଡା ତହସିଲ ପାଇଁ ନଟବର ଜେନା ଓ ସୁଶାନ୍ତ କୁମାର ଡାକୁଆ ହୋଇଥିବା ଆଇନ ବିଭାଗ ୧୮/୧୨/୨୫ ତାରିଖ ଚିଠି ସଂଖ୍ୟା ୨୧୩୨୧ ହୋଇଥିବା ବେଳେ ୨୪/୧୨/୨୫ ତାରିଖରେ ଘୋଷଣା ପରେ ବୁଗୁଡା ଜେଏମଏଫସିଙ୍କ କାର୍ଯ୍ୟଶଳୟରେ ତା. ୨୬/୧୨/୨୦୨୫ ତାରିଖରେ ନିଯୁକ୍ତି ମିଳିଥିବା ଜଣାପଡିଛି । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁଭେଚ୍ଛା ଜଣାଇବା ସହିତ ବୁଗୁଡା ଓକିଲ ସଂଘ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ସହ କୃତଜ୍ଞତା ଜଣାଇଥିଲେ ।