ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପ୍‌ରେସନ୍‌ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପ୍‌ରେସନ୍‌ ବେଳେ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପ୍‌ରେସନ୍‌ ଜାରି ରହିଛି ।

Leave A Reply

Your email address will not be published.