ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟରେ ୯୬.୪% ରଖି ପ୍ରଥମ ସ୍ଥାନରେ ଦଶମ ଶ୍ରେଣୀର ଛାତ୍ରୀ ନିହାରିକା ସାହୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ ଦଶମ ଶ୍ରେଣୀରେ ମୋଟ ୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀର ବିଜ୍ଞାନରେ ମୋଟ ୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀଙ୍କ ବିଜ୍ଞାନ ୯୩, ସାମାଜିକ ବିଜ୍ଞାନ ୯୭, ଗଣିତ ୯୯, ଓଡ଼ିଆ ୧୦୦ ଓ ଇଂରାଜୀରେ ୯୩ ନମ୍ବର ସହିତ ୪୮୨ (୯୬.୪%) ନମ୍ବର ରଖି ନିହାରିକା କୃତିତ୍ୱ ଲାଭ କରିଛନ୍ତି । ଭବିଷ୍ୟତରେ ସେ ଜଣେ ସଫଳ ଡାକ୍ତର ହୋଇ ସମାଜରେ ଦରିଦ୍ର୍ୟତା କାରଣରୁ ବଞ୍ଚିତ ହେଉଥିବା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବି ବୋଲି ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ବାପା ମନୋରଞ୍ଜନ ସାହୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବରିଷ୍ଠ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିବାବେଳେ ମାଁ ରୀନା ପାତ୍ର ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ପାଠ ପଢ଼ାଉଛନ୍ତି । ଏହିି ସଫଳତା ପାଇଁ ନିହାରିକା ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କୁ ସମସ୍ତ ଶ୍ରେୟ ଦେଇଥିବା ବେଳେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିକାଶ ସାହୁ ସମେତଙ୍କ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କୃତି ହାସଲକାରୀ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.