oom

ନିଜ ଗାଡିରେ ଆହତ ମହିଳାଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଇଲେ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ନିହାର

jsmm

ଗଇଁନ୍ତଲା, (କେପିଏନ୍‌ଏସ୍‌) : ବାଇକରୁ ପଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏନ୍‌ଏଚ୍‌ ୫୭ ଗଇଁନ୍ତଲାଠାରେ crp-cm, odisha livelihoods mission, mission saktiରେ କାର୍ଯ୍ୟରତ ସରିତା ରାଉତ ପୁଇଁନ୍ତଲା ବ୍ଲକରୁ କାମ ସାରି ନିଜ ସ୍ୱାମୀ ନରସିଂହ ରାଉତଙ୍କ ସହିତ ତାଙ୍କ ବାଇକରେ ନିଜ ଗାଁ ଠେଲ୍‌କୋମୁଣ୍ଡା ଯାଉଥିବା ବେଳେ ଏନ୍‌ଏଚ୍‌ ୫୭ ଗଇଁନ୍ତଲା ଠାରେ ମୁଣ୍ଡ ବୁଲାଇବାରରୁ ବାଇକରୁ ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏଥିରେ ସରିତା ରାଉତ ଆହତ ହୋଇ ରାସ୍ତାରେ ପଡିଥିଲେ । ଠିକ୍‌ ଏହି ସମୟରେ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ସେହି ରାସ୍ତା ଦେଇ ଯାଉଥିବା ବେଳେ ସରିତା ରାଉତଙ୍କୁ ଆହତ ଅବସ୍ଥାରେ ଥିବା ଦେଖି ସେ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ ନିଜ ଗାଡିରେ ବସାଇ ବଲାଙ୍ଗିର ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କ ଏକ୍ସ-ରେ ଓ ଡ୍ରେସିଙ୍ଗ୍‌ କରାଇ ଡାକ୍ତରଙ୍କ ସହିତ ପରାମର୍ଶ କରି ତାଙ୍କୁ ତାଙ୍କ ଘରକୁ ପଠାଇଥିଲେ ।

jittmm
Leave A Reply

Your email address will not be published.