csstore

ନିଆଁରେ ପୋଡି ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନତି ଦୂରରେ ଅବସ୍ଥିତ କୁରୁଲ ରାମଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ଶୁଭଶ୍ରୀ ନାଏକଙ୍କ ଆକସ୍ମିକ ନିଆଁରେ ପୋଡି ଗତ ୨୪ ତାରିଖ ସକାଳେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆରପାରିକୁ ଚାଲି ଯାଇଥିବା ଜଣାପଡ଼ିଛି । ତାଙ୍କର ବିବାହ ୧୬/୦୨/୨୦୨୦ରେ ପୋଲିସ ସେବାରେ କାର୍ଯ୍ୟରତ ପୁଅ ବିଶ୍ୱଜିତ ସହ ହୋଇଥିଲା । ତାଙ୍କର ଏକ ତିନି ବର୍ଷର କନ୍ୟା ସନ୍ତାନକୁ ଓ ପରିବାରବର୍ଗକୁ ଛାଡି ଅତି ଅଳ୍ପ ସମୟରେ ସଂସାର ତ୍ୟାଗକରି ଛାଡି ଯାଇଥିବା ବେଳେ ଏହି ଖବର ପାଇ ୮୪ ଘର ଅଘରିଆ ସମାଜର କର୍ମକର୍ତ୍ତା, ଆତ୍ମୀୟ ସ୍ୱଜନ, ପୋଲିସ ବିଭାଗର କର୍ମକର୍ତ୍ତା ତଥା ଗ୍ରାମବାସୀ ତାଙ୍କ ଶବାଧାରରେ ପ୍ରାୟ ୫୦୦ରୁ ଅଧିକ ଲୋକ ଯୋଗଦେଇ ସନ୍ଧ୍ୟା ୮ ଘଣ୍ଟା ସମୟରେ କୁରୁଲ ଶ୍ମଶାନ ଘାଟ ଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ । ଶ୍ୱଶୁର ଦିଗାମ୍ବର ନାଏକ ଦାହ କରିଥିବା ବେଳେ କ୍ରିୟା ସଂସ୍କାରରେ କାକା ଶ୍ୱଶୁର ଶ୍ଵେତାମ୍ବର ନାଏକ ଅସ୍ଥି ଗୋଟାଇ ଥିଲେ । ଶୁଭଶ୍ରୀଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jayashree
Leave A Reply

Your email address will not be published.