lika

ସମାଜସେବୀଙ୍କ ବିବାହ ବାର୍ଷିକୀ ଦିବସକୁ ନିଆରା ଢଙ୍ଗରେ ପାଳନ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ବିବାହର ପ୍ରଥମ ବିବାହ ବାର୍ଷିକୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କଲେ ଯୁବ ସମାଜସେବୀ ସୁବ୍ରତ ଖଣ୍ଡୁଆଳ ଓ ଶ୍ୱେତପର୍ଣ୍ଣା ପଟ୍ଟନାୟକ । ଯୁବ ସମାଜକୁ ରକ୍ତଦାନ ଭଳି ମହାନ କାର୍ଯ୍ୟରେ ସାମିଲ ହେବା ଉଦ୍ଦେଶ୍ୟ ରଖି ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜର ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ପରେ ପୃଥ୍ୱୀରାଜ ଗୋଶାଳାକୁ ଯାଇ ଗାଈ ଗୋରୁମାନଙ୍କୁ ଗୋଖାଦ୍ୟ ଦେଇଥିଲେ । ସନ୍ଧ୍ୟା ସମୟରେ ସୁଦ୍‌ପଡା ନିକଟସ୍ଥ କୁଷ୍ଠାଶ୍ରମ ଅନ୍ତେବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।

କାର୍ଯ୍ୟକ୍ରମରେ ତାଙ୍କର ମାତା ଦମୟନ୍ତୀ ସ୍ୱାଇଁ, ମାଉସି ଦେବହୁତୀ, ବିଙ୍ଗ ହ୍ୟୁମେନର ସୋମନାଥ ମିଶ୍ର, କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥି, ୟୁଥ ଫର ବ୍ଲଡର ରୁପକ ବରାଳ, ସମଲେଇ ମନ୍ଦିର ଆଳତି କମିଟିର ବିକାଶ ସା, ବଲିଉଡ୍‌ କଳାକାର ଦେବତୋଷ ଦର୍ଜି, ବିଜୟ ମହାପାତ୍ର, ସୌମ୍ୟ ରଂଜନ ସାହୁ, ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ, ରବିଚନ୍ଦ୍ର ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

baba
Leave A Reply

Your email address will not be published.