ହୁତୁ ହୁତୁ ହୋଇ ଜଳୁଛି କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲ

ତେଲକୋଇ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ନିକଟସ୍ଥ ମାଙ୍କଡଚୁଆ ଓ କରଦାଙ୍ଗି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଛି । ଏକର ଏକର ମୂଲ୍ୟବାନ ଜଙ୍ଗଲ ହୁତୁହୁତୁ ହୋଇ ଜଳିଯାଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ବଢିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ସବୁ ନଷ୍ଟ ହୋଇଗଲାଣି । ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହୋଇ ଶିକାରୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କ ଜୀବନ ଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ବନକର୍ମଚାରୀ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ତେଲକୋଇ ରେଞ୍ଜର ୪୫ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବା ସମ୍ଭବ ହେଉନଥିବା ଜଣାପଡିଛି ।

Leave A Reply

Your email address will not be published.