oom

ଡ. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ରବିବାର ଟାଉନ ହଲ୍‌ ମୁଖ୍ୟ ରାସ୍ତା ସୁଭାଷ ବୋଷ ମାର୍ଗସ୍ଥିତ ପ୍ରତିମୂର୍ତ୍ତିରେ ଡ଼. ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସଂଗ୍ରାମୀ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ନେତାଜୀଙ୍କ ପାଇଁ ଓଡ଼ିଶା ଆଜି ବିଶ୍ୱରେ ଗର୍ବିତ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ପ୍ରଶାନ୍ତ କୁମାର ନାୟକ, ସାଧାରଣ ସମ୍ପାଦକ ପଦ୍ମଚରଣ ନାୟକ, ଆଡ଼ଭୋକେଟ ପ୍ରଶାନ୍ତ ନାୟକ, ନିରଞ୍ଜନ ପାଣିଗ୍ରାହୀ, ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରମେଶ ଚନ୍ଦ୍ର ବାଙ୍ଗାରୀ, ବଦ୍ରି ପ୍ରସାଦ ପାତ୍ର, ଆଇନଜିବୀ ସତ୍ୟ ନାରାୟଣ ବେହେରା, ସମାଜସେବୀ ବଦ୍ରି ନାରାୟଣ ପାତ୍ର, ଭୁବନେଶ୍ୱର ନାୟକ, ରମେଶ ଚନ୍ଦ୍ର ସାହୁ, ବଂଶୀଧର ଭୂୟାଁ, ସୂର୍ଯ୍ୟ ନାରାୟଣ ବେହେରା, ଶାମ୍ବାଶିବା ରାଓ, ବିଜୟ ଚନ୍ଦ୍ର ବିଷୋୟୀ, ସନ୍ତୋଷ କୁମାର ସ୍ୱାଇଁ, ହୃଷିକେଶ ପାତ୍ର, ସୁବ୍ରତ ରଥ, ମାନସ ସାହୁ, କୃଷ୍ଣଚନ୍ଦ୍ର ପାଳ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

jittmm
Leave A Reply

Your email address will not be published.