centurian jitm

ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ : ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ

nschool

ଭୁବନେଶ୍ୱର : ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ । ଏହି ଅବସରରେ ବିଜେଡି ଦଳ ତରଫରୁ ମଧୂବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି ଅବସରରେ ବିଜେଡି ନେତା କହିଛନ୍ତି ଯେ, ମଧୁବାବୁ ହେଉଛନ୍ତି ଉତ୍କଳ ପ୍ରଦେଶ ଗଠନର ମହାନ ବିନ୍ଧାଣୀ । ଭାଷା ଭିତିକ ଓଡିଶା ପ୍ରଦେଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ଓଡ଼ିଶାରେ ଶିଳ୍ପର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅନେକ ପ୍ରଚେଷ୍ଟା ରହିଥିଲା । ଏହାସହ ସାରା ବିଶ୍ୱ ଏବଂ ଦେଶରେ ବାରିଷ୍ଟର ଭାବରେ ମଧ୍ୟ ତାଙ୍କର ଅନେକ କ୍ଷାତି ରହିଥିଲା । ତାଙ୍କର ଚିନ୍ତା ଏବଂ ଚେତନାକୁ ଓଡ଼ିଆ ଜାତି ମାନେ ରଖିବ । ଏହାକୁ ଯଦି କିଛି ମାତ୍ରାରେ ଆମେ ରୂପାୟତ କରିପାରିବା । ତେବେ ତାହାହିଁ ମଧୂବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

Leave A Reply

Your email address will not be published.