ବିଦ୍ୟା ବାଲାନଙ୍କ ସିନେମା ‘ନଟଖଟ’ ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି

ମୁମ୍ବାଇ : ଅଭିନେତ୍ରୀ ବିଦ୍ୟା ବାଲାନ ଓ ରୋନି ସ୍କୁୱାଲାଙ୍କ ଦ୍ୱାରା ନିର୍ମିିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନଟଖଟ’ ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି । ସିନେ ଜଗତରେ ସବୁଠାରୁ ଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର । ୩୩ ମିନିଟ ଅବଧିର ‘ନଟଖଟ’ ଚଳଚ୍ଚିତ୍ରଟି ଏକ ଘର ବାର ପରିବାର ଜଣେ ବ୍ୟକ୍ତିକୁ କେମିତି ଗଢ଼ିଥାଏ ସେ ବିଷୟରେ ଚିତ୍ରଣ କରାଯାଇଛି । ବିଦ୍ୟା ବାଲାନ ଏହି ଚଳଚ୍ଚିତ୍ରରେ ମା’ ଭୂମିକାରେ ଅଭିନୟ କରୁଥିବା ବେଳେ ସାନିକା ପଟେଲ ବିଦ୍ୟାଙ୍କ ପୁଅ ଭୂମିକାରେ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରଟି ମହାମାରୀ କରୋନା ସମୟରେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ମୁକ୍ତିଲାଭ କରିଥିଲା । ଏହା ପରେ ବିଭିନ୍ନ ଦେଶର ଫିଲ୍ମ ମହୋତ୍ସବରେ ଅନଲାଇନ ସ୍କ୍ରିନିଂ ପାଇଁ ଏହାକୁ ଚୟନ କରାଯାଇଥିଲା । ‘ନଟଖଟ’କୁ ୨୦୨୧ରେ ଭାରତର ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.