centurian jitm

ରୁମାନ ଟେକ୍ନୋଲୋଜି ପ୍ରା.ଲି.ସି.ଡି.ଏ ତରଫରୁ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ଅନୁଷ୍ଠିତ

nschool

କଟକ : ବ‌ର୍ତ୍ତମାନ କରୋନା ଭୁତାଣୁର ଭୟାଭୟତାକୁ ନେଇ ସମସ୍ତେ ଆତଙ୍କିତ, ରୁମାନ ଟେକ୍ନୋଲୋଜି ପ୍ରା.ଲି.ସି.ଡି.ଏ, କଟକ ତରଫରୁ ଡିଡିୟୁ-ଜିକେୱାଇର ସମସ୍ତ ଛାତ୍ର-ଛାତ୍ରୀ ଓ କର୍ମକ‌ର୍ତ୍ତା ମାନ‌ଙ୍କ ଦ୍ୱରା ଏକ ପଥପ୍ରାନ୍ତ ନାଟକ ‘ନୀଳୋତ୍ପଳ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ କରୋନା ମହାମାରୀର ଭୟବୟତା ବିଷୟରେ ଦୃଷ୍ଟିପାତ କରିବା ସହିତ ନାରୀ ଶିକ୍ଷା ବିଷୟରେ ସଚେତନ କରାଇଥିଲେ । କୋଭିଡର ନିୟମକୁ ମାନିବା ସହିତ ସାମାଜିକ ଦୂରତା ବଜାୟ ରଖି ନାଟକ ମାଧ୍ୟମରେ ସେମାନଙ୍କର ସୃଜନଶୀଳତାର ନିଖୁଣ ପରିଚୟ ଦେଇଥିଲେ ଏବଂ ଈଶ୍ୱରଙ୍କ ନିକଟରେ ସମଗ୍ର ଦେଶବାସୀଙ୍କ ପାଇଁ ତାଙ୍କର ଉତ୍ତୋରତ୍ତର ଉ‌ନ୍ନତି କାମନା ଭିକ୍ଷା କରିଥିଲେ ।

ପ୍ରଶିକ୍ଷକ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ପଥପ୍ରାନ୍ତ ନାଟକଟି ସମାପନ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ଆସଲାମ ରେହେମାନ, ସରୋଜ କୁମାର ରାଉତ, ସ୍ୟମନ୍ତଙ୍କ ମହାପାତ୍ର, ବିଜୟ କୁମାର ସାହୁ, ଜଗନାଥ ଦାସ, ଧର୍ମାନନ୍ଦ ବେହେରା, ଦୀପକ କୁମାର ପାତ୍ର, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ପରିଶେଷରେ ସଂସ୍ଥାର କର୍ମକର୍ତାମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

error: Content is protected !!